ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଦ୍ୱିତୀୟ ତାଲିକା ପ୍ରକାଶ: କପିଲଙ୍କୁ ମିଳିଲା ଏହି ଆସନରୁ ଟିକେଟ

ନୂଆଦିଲ୍ଲୀ,୧୧। ୧: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ  ଭାରତୀୟ ଜନତା ପାର୍ଟି (ବିଜେପି) ୨୯ ଜଣ ପ୍ରାର୍ଥୀଙ୍କ ନାମ ସହିତ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏଥିରେ କପିଲ ମିଶ୍ରଙ୍କୁ କରାୱଲ ନଗରରୁ ଟିକେଟ ଦିଆଯାଇଛି।  ରାଜ କରଣ ଖତ୍ରୀଙ୍କୁ ନରେଲା, ତିମାରପୁରରୁ ସୂର୍ଯ୍ୟ ପ୍ରକାଶ ଖତ୍ରୀ, ମୁଣ୍ଡକାରୁ ଗଜେନ୍ଦ୍ର ଦରାଲ ଏବଂ କିରାଡ଼ି ଆସନରୁ ବଜରଙ୍ଗ ଶୁକ୍ଲାଙ୍କୁ ପ୍ରାର୍ଥୀ କରାଯାଇଛି।

ଏହା ବ୍ୟତୀତ କରମ ସିଂ ସୁଲତାନପୁର ମାଜରା , ଶକୁର ବସ୍ତି ଆସନରୁ କର୍ଣ୍ଣଲ ସିଂ, ତ୍ରୀନଗର ଆସନରୁ ତିଲକ ରାମ ଗୁପ୍ତା, ସଦର ବଜାରରୁ ମନୋଜ କୁମାର ଜିନ୍ଦଲ ଏବଂ ଚାନ୍ଦୀନୀଚୌକ ବିଧାନସଭା ଆସନରୁ ସତୀଶ ଜୈନଙ୍କୁ ସୁଯୋଗ ମିଳିଛି।

दिल्ली चुनाव के लिए BJP ने 29 नामों की दूसरी लिस्ट की जारी, कपिल मिश्रा को इस सीट से मिला टिकट

 

दिल्ली चुनाव के लिए BJP ने 29 नामों की दूसरी लिस्ट की जारी, कपिल मिश्रा को इस सीट से मिला टिकट

दिल्ली चुनाव के लिए BJP ने 29 नामों की दूसरी लिस्ट की जारी, कपिल मिश्रा को इस सीट से मिला टिकट

ସୂଚନାଯୋଗ୍ୟ, ବିଜେପି ଏହାର ପ୍ରଥମ ତାଲିକାରେ ୨୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏବଂ ଦ୍ୱିତୀୟ ତାଲିକାରେ ମଧ୍ୟ ୨୯ ଜଣଙ୍କ ନାମ ଘୋଷଣା କରିଛି। ଏହା ସହିତ ମୋଟ ୭୦ ବିଧାନସଭା ଆସନ ମଧ୍ୟରୁ ବିଜେପି ୫୮ଟି ଆସନରେ ପ୍ରାର୍ଥୀ କରିଛି। ଅବଶିଷ୍ଟ ୧୨ଟି ଆସନ ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ। ପ୍ରଥମ ତାଲିକାରେ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପ୍ରବେଶ ସାହେବ ସିଂ ବର୍ମା ଏବଂ ଆତିଶୀଙ୍କ ବିରୋଧରେ ରମେଶ ବିଧୂରୀଙ୍କୁ ନିର୍ବାଚନ ମୈଦାନରେ ଚ୍ୟାଲେଞ୍ଜ କରିଛି।