ଚପଲ ପିନ୍ଧିବେନି ଅନ୍ନାମଲାଇ, ଛାତ୍ରୀ ବଳାତ୍କାର ପାଇଁ ନିଜକୁ ଚାବୁକ୍ ମାରି କଲେ ପ୍ରତିବାଦ
ରେପ୍ ପୀଡ଼ିତାଙ୍କୁ ନ୍ୟାୟ ଦେବା ଲାଗି ଅନ୍ନାମଲାଇ ପ୍ରତିବାଦ କରିଛନ୍ତି । ସମର୍ଥକଙ୍କ ସହ ଘର ବାହାରେ ଛିଡ଼ା ହୋଇ ନିଜକୁ ନିଜେ ଚାବୁକ୍ ମାରିଛନ୍ତି ।
ଚେନ୍ନାଇ: ତାମିଲନାଡୁ ଭାଜପା ଅଧ୍ୟକ୍ଷ ଅନ୍ନାମଲାଇ ନିଜକୁ ନିଜେ ଚାବୁକ୍ ମାରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ନିଜ ଘର ଆଗରେ ଛିଡ଼ା ହୋଇ ସେ ପ୍ରଥମେ ସାର୍ଟ ଖୋଲିଲେ । ତା’ ପରେ ଚାବୁକରେ ନିଜକୁ ମାରିବା ଆରମ୍ଭ କଲେ । ପାଖାପାଖି ନିଜକୁ ନିଜେ ସେ ୬ ଚାବୁକ ମାରିଛନ୍ତି । ଅନ୍ନା ୟୁନିଭର୍ସିଟିରେ ହୋଇଥିବା ବଳାକ୍ରାର ଘଟଣାକୁ ନେଇ ସେ ଏ ପ୍ରକାର ଭିନ୍ନ ଧରଣ ପ୍ରତିବାଦ କରିଛନ୍ତି ।
ସେ କହିଛନ୍ତି, ନିଜକୁ ଦଣ୍ଡିତ କରିବା ଆମ ରାଜ୍ୟର ସଂସ୍କୃତି । ଗତ ୩ ବର୍ଷ ଧରି ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ରାଜ୍ୟରେ ସରକାର ନ ହଟିବା ପର୍ଯ୍ୟନ୍ତ ଚପଲ ପିନ୍ଧିବେ ନାହିଁ ବୋଲି ସେ ପଣ ନେଇଛନ୍ତି ।
ରେପ୍ ମାମଲାର ମୁଖ୍ୟ ଅଭିଯୁକ୍ତ ରାଜ୍ୟ ସରକାରଙ୍କ ଲିଙ୍କରେ ଥିବା ନେଇ ଚର୍ଚ୍ଚା ହେଉଛି । ଆରୋପୀକୁ ସରକାର ଘଣ୍ଟ ଘୋଡ଼େଇ ରଖୁଥିବାବେଳେ ପୋଲିସ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଯାହାର ପ୍ରତିବାଦରେ ଅନ୍ନ୍ାମଲାଇ ଏପରି କରିଥିବା କୁହାଯାଉଛି ।
୨୩ ତାରିଖରେ ଅନ୍ନା ୟୁନିଭର୍ସିଟିରେ ଛାତ୍ରୀଙ୍କୁ ବଳାକ୍ରାର କରାଯାଇଛି । ଜଣେ ବିରିୟାନି ଦୋକାନୀ ଉପରେ ରେପ୍ କରିବାର ଅଭିଯୋଗ ଆସିଛି ।