fbpx

ରୀତିନୀତି ସହ ପୂଜା ପାଉଛନ୍ତି Narendra Modi; ଗାନ ହେଉଛି ମୋଦୀ ଚାଳିଶା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ମନ୍ଦିର ନିର୍ମାଣ କରିଛନ୍ତି ଜଣେ ବିଜେପି କର୍ମୀ । ପୁଣେର ଅନୁଧ ଅଞ୍ଚଳରେ ଜଣେ କର୍ମୀ ମୋଦୀଙ୍କ ପାଇଁ ଏହି ମନ୍ଦିରଟି ନିର୍ମାଣ କରିଛନ୍ତି । ଏହି ମନ୍ଦିର ନିର୍ମାଣରେ ୧.୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ବିଜେପିର ୩୭ ବର୍ଷୀୟ କାର୍ଯ୍ୟକର୍ତ୍ତା ମୟୁର ମୁଣ୍ଡେ ଏହି ମନ୍ଦିରଟି ନିର୍ମାଣ କରଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳରେ ଦେଶରେ ଅନେକ ପ୍ରଗତିଶୀଳ କାର୍ଯ୍ୟ ହୋଇଛି । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଉ, ରାମ ମନ୍ଦିର ନିର୍ମାଣ କିମ୍ବା ଟ୍ରିପଲ ତଲାକ ସବୁଥିରେ ମୋଦୀଙ୍କ ନିଷ୍ପତ୍ତି ଐତିହାସିକ ରହିଛି ବୋଲି ମୟୁର କହିଛନ୍ତି । ଦେଶବାସୀଙ୍କ ପାଇଁ ନିର୍ମାଣ କରୁଥିବା ମୋଦୀଙ୍କ ସମ୍ମାନ ପାଇଁ ସେ ଏହି ମନ୍ଦିର ନିର୍ମାଣ କରିଛନ୍ତି ବୋଲି ମୟୁର କହିଛନ୍ତି । ଏହି ମନ୍ଦିର ନିର୍ମାଣ ପାଇଁ ରାଜସ୍ଥାନୀ ଲାଲ ପଥର ବ୍ୟବହାର କରାଯାଇଥିବା ବେଳେ ଏହାର ନିର୍ମାଣରେ ୧.୬ ଲକ୍ଷ ଟଙ୍କା ବ୍ୟବହାର କରାଯାଇଛି । ଏହା ସହିତ ମନ୍ଦିର ବାହାରେ ଏକ ମୋଦୀ ଚାଳିଶା ମଧ୍ୟ ଲେଖାଯାଇଛି ।

Get real time updates directly on you device, subscribe now.