fbpx

ଅଜିଠାରୁ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର: ଆଜି ଠାରୁ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ବସିବାକୁ ଯାଉଛି । ଏଥିପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ପୁରୀର ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ଏହି ବୈଠକ ଆନୁଷ୍ଠିତ ହେବ ।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଜୁଲାଇ ୧୯ ଓ ୨୦ରେ ହେବାକୁ ଥିବା ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ।  ଆଜି ପ୍ରଥମେ ସକାଳ ୧୦ଟା ୩୦ରେ ପଦାଧିକାରୀ ବୈଠକ ହେବାକୁଥିବାବେଳେ ଅପରାହ୍ନ ୨.୩୦ରେ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନିଲ ବଂସଲ. ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖ ଯୋଗ ଦେବେ । କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି ଓ ସାଧାରଣ ସଂପାଦକ, ଲୋକସଭା ସଂଯୋଜକ ଓ ପ୍ରଭାରୀ, ବିଧାନସଭା ସଂଯୋଜକ ଓ ପ୍ରଭାରୀ, ବିଭିନ୍ନ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀମାନେ ଯୋଗ ଦେବେ । ସାଂପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ।  ନିର୍ବାଚନ ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ରରେ ତୃତୀୟ ଥର ଏବଂ ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର ଗଠନ ହେବା ପରେ ପୁରୀ ଠାରେ ଏହି ବୈଠକ ହେଉଛି । ଏହା ରାଜ୍ୟ ରାଜନୀତି ଉପରେ ପ୍ରଭାବ ପକାଇବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.