fbpx
BJD SKY
BJD SKY

କାବୁଲ ବିମାନ ବନ୍ଦର ବାହାରେ ବଡ଼ ଧରଣର ବିସ୍ଫୋରଣ; ୧୧ ମୃତ,୧୫ରୁ ଅଧିକ ଗୁରୁତର

BJD

ନୂଆଦିଲ୍ଲୀ: କାବୁଲ ବିମାନ ବନ୍ଦର ବାହାରେ ଘଟି ଯାଇଛି ଏକ ଭୟଙ୍କ ବିସ୍ଫୋରଣ । ଗୁରୁବାର ହମିଦ କାରଜାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ବାହାରେ ଏହି ବିସ୍ଫୋରଣ ଘଟିଛି । ଆମେରିକୀୟ ସୁରକ୍ଷା ବିଭାଗ ମୁଖ୍ୟ ପେଣ୍ଟାଗନ ପକ୍ଷରୁ ବିସ୍ଫୋରଣ ହୋଇଥିବା ନେଇ ସ୍ୱୀକାର କରାଯାଇଥିବା ବେଳେ ଏହି ବିସ୍ଫୋରଣରେ ଜଣେ ସୁଇସାଇଡ ବମ୍ବରଙ୍କୁ ବ୍ୟବହାର କରାଯାଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ସମସ୍ତ ବିଦେଶୀ ନାଗରିକ ନିଜର ନାଗରିକଙ୍କୁ ସ୍ଥାନାନ୍ତର କରିବାରେ ଲାଗିଛନ୍ତି । ଏପରି ଅବସ୍ଥାରେ ବିମାନ ବନ୍ଦର ବାହାରେ ବିସ୍ଫୋରଣ ବିଦେଶୀ ରାଷ୍ଟ୍ର ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏକାଧିକ ରାଷ୍ଟ୍ର ନିଜର ନାଗରିକଙ୍କୁ ନେଇ ସାରିଥିବା ବେଳେ ରାଷ୍ଟ୍ରଦୂତ ମାନଙ୍କୁ ମଧ୍ୟ ନେଇ ଯାଇଛନ୍ତି । ତାଲିବାନ ପକ୍ଷରୁ ଆସନ୍ତା ୩୧ ତାରିଖ ଯାଏଁ ବିଦେଶୀ ନାଗରିକଙ୍କୁ ଦେଶ ଛାଡିବାର ଡେଡଲାଇନ ପ୍ରଦାନ କରାଯାଇଛି । ଆନୁଷ୍ଠ।ନିକ ଭାବରେ ମୃତ୍ୟୁ ସଂଖ୍ୟା ଜଣାପଡିନଥିଲେ ହେଁ ଏହି ବିସ୍ଫୋରଣରେ ପ୍ରାୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଭାବରେ ଆହତ ହୋଇଛନ୍ତି । ତେବେ ଏହି ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.