fbpx

ହେଇ ଦେଖ, ଏହି ଝିଅର ଥିଲା ମୋ ସହ ସମ୍ପର୍କ; ଭାବି ବର ପାଖକୁ ପ୍ରେମିକ ପଠେଇଲା Private ଭିଡିଓ

ମୁମ୍ବାଇ: ପ୍ରାଇଭେଟ ଭିଡ଼ିଓ ଲିକ୍ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ନିଜ ଏକ୍ସ ଗର୍ଲଫ୍ରେଣ୍ଡର ବିବାହ ଭାଙ୍ଗିବା ପାଇଁ ଯୁବକ ଜଣକ ଭାବି ସ୍ୱାମୀ ନିକଟକୁ ପ୍ରାଇଭେଟ୍ ଭିଡିଓ ପଠାଇବା ସହିତ ବାହାଘର ଭାଙ୍ଗି ଦେଇଥିଲେ । ଏହାପରେ ମହିଳା ଜଣଙ୍କ ପୂର୍ବତନ ପ୍ରେମିକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ସହିତ ୮୦ ହଜାର ଟଙ୍କା ନେଇଥିବା ନେଇ ଅଭିଯୋଗ ଆଣିଥିଲେ ।

୨୨ ବର୍ଷୀୟା ଯୁବତୀଙ୍କ ସହିତ ନିଜର ପ୍ରାଇଭେଟ ମୂହୁର୍ତ୍ତର ଫଟୋ ନିଜ ସାଙ୍ଗ ନମ୍ବରରୁ ପଠାଇଥିଲେ ଯୁବକ । ଯୁବତୀ ଜଣଙ୍କର ବିବାହ ସ୍ଥିର ହେବା ପରେ ଯୁବକ ଜଣକ ନିଜ ସାଙ୍ଗ ଫୋନରୁ ଭିଡିଓ ଗୁଡିକୁ ଭାବି ସ୍ୱାମୀ ନିକଟକୁ ପଠାଇଥିଲା । ଏହାପରେ ବିବାହ ଭାଙ୍ଗି ଯାଇଥିଲା । ଶେଷରେ ଯୁବତୀ ଜଣଙ୍କ ପୋଲିସର ଦ୍ୱାରସ୍ଥ ହେବା ପରେ ଅଭିଯୁକ୍ତ ପୂର୍ବତନ ପ୍ରେମିକକୁ ଗିରଫ କରିଛି ଡିବି ରୋଡ ପୋଲିସ । ବାନ୍ଦ୍ରାରେ କାମ କରିବା ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଥିଲା । ଏପରିକି ତାଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ହଡପ କରି ନେଇଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଗ୍ରାଣ୍ଟ ରୋଡର ଏକ ହଷ୍ଟେଲରେ ତାଙ୍କୁ ଏକାଧିକ ଥର ଦୁଷ୍କର୍ମ କରାଯାଇଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.