fbpx

ମାଛ ମାର୍କେଟ ଓ ପରିବା ହାଟରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ

ଭୁବନେଶ୍ୱର୯ା୪ (ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ଜୋରଦାର ଚାଲିଛି ସ୍ପେଶାଲ୍ ଡ୍ରାଇଭ୍ । ଏନଫୋର୍ସମେଣ୍ଟ ଟିମ୍ ଭୁବନେଶ୍ୱରର ଗଳିକନ୍ଦି ବୁଲି ଲୋକଙ୍କ ପରେ ଆକ୍ସନ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଜୟଦେବବିହାର, ୟୁନିଟ୍-୪, ୟୁନିଟ୍-୮ ଏବଂ ପ୍ଲାନେଟୋରିୟମ୍ ଆଦି ଜାଗାରେ ବସୁଥିବା ମାଛ ମାର୍କେଟ ଏବଂ ପନିପରିବା ହାଟରେ ବିଏମସିର ଏନଫୋର୍ସମେଣ୍ଟ ଟିମ୍ ପହଞ୍ଚିଥିଲେ । ସେଠାରେ ପହଞ୍ଚି କୋଭିଡ୍ କଟକଣା ସଂକ୍ରାନ୍ତରେ ଲୋକଙ୍କୁ ଅବଗତ କରିବା ସହିତ ଯେଉଁ ମାନେ ସାମାଜିକ ଦୁରତା ତଥା ମାସ୍କ ପରିଧାନ କରିନଥିଲେ ସେମାନଙ୍କ ଉପରେ ଫାଇନ୍ ପକାଇଥିଲେ ।


ବିଏମସି ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ସ୍ପେଶାଲ୍ ଡ୍ରାଇଭ୍ କରାଯାଉଛି । ଏହାମାଧ୍ୟମରେ ବିଭିନ୍ନ ହୋଟେଲ୍, ମଲ୍, ବଜାର, ହାଟ ଆଦି ଜନଗହଳିପୁର୍ଣ୍ଣ ସ୍ଥାନରେ ଚଢ଼ାଉ କରାଯାଉଛି । ଏହା ଭିତରେ ଅନେକ ହୋଟେଲ୍ ଏବଂ କୋଚିଂ ସେଣ୍ଟରକୁ ସିଲ୍ ମଧ୍ୟ କରାଗଲାଣି । ହେଲେ କିଛି ଅମାନିଆ ଲୋକଙ୍କ କାର୍ଯ୍ୟକଳାପ ପାଇଁ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ସେହି ପରି କିଛି ଅମାନିଆଙ୍କୁ ସାବାଡ କରିବା ପାଇଁ ବିଏମସି ଏହି ସ୍ପେଶାଲ୍ ଡ୍ରାଇଭ୍ ଚଳାଇଛି ।

Get real time updates directly on you device, subscribe now.