fbpx

BMC ପକ୍ଷରୁ ସ୍ମାର୍ଟ ସିଟିର ସମସ୍ତ ପାର୍କରେ ଲାଗୁ ହେଲା କଟକଣା

ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଏନେଇ ସରକାର ଓ ଜନତା ଉଭୟ ଚିନ୍ତାରେ ଅଛନ୍ତି । ଅନ୍ୟପଟେ କରୋନା ସଂକ୍ରମଣ ବଢୁଥିବାରୁ BMC ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱରର ସମସ୍ତ ପାର୍କରେ କଟକଣା ଲାଗୁ କରିଛି BMC । ସେହିପରି ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ମଧ୍ୟ ରୋକ ଲଗାଯାଇଛି  । ସବୁ ପାର୍କରେ BMC ପକ୍ଷରୁ ନୋଟିସ୍ ଲଗାଯାଇଛି ।

ପାର୍କରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଛଅ ଫୁଟ ଦୂରତା ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ ପାର୍କ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ଏହା ବ୍ୟତୀତ ପାର୍କ ଭିତରେ ଗୁଟଖା ଓ ପାନ ଖାଇ ଏଣେତେଣେ ଛେପ ପକାଇବା ମନା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ୟ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତ BMC କମିଶନର ପ୍ରେମ ଚନ୍ଦ୍ର ଚୌଧରୀ । ସେପଟେ କରୋଣା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଉପରେ କଟକଣା ଲାଗୁ କରାଯାଇଛି ।

Get real time updates directly on you device, subscribe now.