fbpx

ଆଜିଠୁ ହାଟ ଓ ମାର୍କେଟରେ କଟକଣା ଲଗାଇଲା ବିଏମସି, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୧୯ ।୪(ଓଡିଶା ଭାସ୍କର): କରୋନା ଭାଇରସ୍ ପୁଣି ଥରେ ହୁ ହୁ ହୋଇ ବଢିବାରେ ଲାଗିଛି । ସଂକ୍ରମଣ ରୋକିବା ପାଇଁ ବିଏମସିର ପୂର୍ବ ରଣକୌଣଳ ଲାଗୁ ହୋଇଛି । ଆଜିଠାରୁ ହାଟ ଓ ବଜାର ବିକେନ୍ଦ୍ରୀକରଣ ନିୟମ ଉପରେ ପୁଣି କଟକଣା ଲାଗୁ କରିଛି ବିଏମସି । କଟକଣା ମୁତାବକ, ସାମାଜିକ ଦୂରତା ଓ ମାସ୍କ ନଥିଲେ ଦୋକାନ ସିଲ୍ ହେବ । ଡୁମୁଡୁମା, ପଟିଆ, ଡମଣା ମାକେର୍ଟରେ କଟକଣାକୁ କଡାକଡି କରାଯାଇଛି । ୟୁନିଟ-୪, ୟୁନିଟ-୨, ୟୁନିଟ-୨ ମାର୍କେଟରେ କଡା କଟକଣା ଲାଗୁ ହୋଇଛି ।

ତେବେ କଟକଣା ଲାଗୁ ନେଇ ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ବିଏମସି କମିଶସନର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆଜିଠାରୁ ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ଆସନ୍ତାକାଲି କାର୍ଯ୍ୟକ୍ଷମ ହେବ ବ୍ଲୁ ହ୍ୱିଲ କୋଭିଡ ହସ୍ପିଟାଲ । ଏହା ବ୍ୟତିତ ସ୍ପର୍ଶ ଓ କିମ୍ସ ହସ୍ପିଟାଲ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ।

ରାଜ୍ୟରେ ଆଜି ପୁଣି ୪୪୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୮୭୧ ଜଣ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୨ ଜଣ ଏବଂ ଝାରସୁଗୁଡ଼ା ଓ କେନ୍ଦୁଝରରୁ ଜଣେ ଲେଖାଏଁ ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.