fbpx

BMW ଭାରତରେ ଲଞ୍ଚ କଲା ଶସ୍ତା ସ୍ପୋର୍ଟ୍ସ ବାଇକ୍, ଜାଣନ୍ତୁ ଦାମ୍

ନୂଆଦିଲ୍ଲୀ: BMW ମୋଟରରାଡ ଇଣ୍ଡିଆ ନିକଟରେ ଦେଶରେ ଏହାର ଲେଟେଷ୍ଟ BMW G 310 RR ଲଞ୍ଚ କରିଛି । ଯାହାର ପ୍ରାରମ୍ଭିକ ଏକ୍ସ-ସୋ’ରୁମ୍ ମୂଲ୍ୟ ୨.୮୫ ଲକ୍ଷ ଅଟେ । ଏହା ସହ କମ୍ପାନୀ ୩୧୦ ସିସି ସିରିଜରେ ଆସୁଥିବା ଦୁଇ ମଡେଲ G 310 Rକୁ ୨.୭୦ ଲକ୍ଷ ଏବଂ G 310 GS କୁ ୩.୧୦ ଲକ୍ଷରେ ଭାରତରେ ଲଞ୍ଚ କରିଛି ।

BMW G 310 R ବିଷୟରେ କହିବାକୁ ଗଲେ, ଏହା ତିନିଟି ନୂଆ ରଙ୍ଗର ବଡି ପ୍ୟାନେଲ ଅପଡେଟ୍ ଗ୍ରାଫିକ୍ସ ସହିତ ଲଞ୍ଚ କରାଯାଇଛି । ରେସିଙ୍ଗ ବ୍ଲୁ ମେଟାଲିକ୍, କସ୍ମିକ୍ ବ୍ଲାକ୍ ଏବଂ ରେସିଙ୍ଗ୍ ରେଡ୍ ପେଣ୍ଟ୍ ସ୍କିମ୍ ସହିତ ପୋଲାର ହ୍ୱାଇଟ କଲର ସହ ଉପଲବ୍ଧ । ଅନ୍ୟ ପଟେ BMW G 310 GS ଆଡଭେନଚର ଟୁରର ବଡି ପ୍ୟାନେଲରେ ଅପଡେଟ୍ ଗ୍ରାଫିକ୍ସ ସହିତ ତିନୋଟି ନୂତନ ରଙ୍ଗ ରେସିଙ୍ଗ ବ୍ଲୁ, ମେଟାଲିକ୍, କସ୍ମିକ୍ ବ୍ଲାକ୍ ଏବଂ ଗୋଲ୍ଡ ମେଟାଲିକ୍ ପେଣ୍ଟ ସ୍କିମ୍ ସହିତ ପୋଲାର ହ୍ୱାଇଟ କଲରରେ ଏହି ମୋଟରସାଇକେଲ୍ ଉପଲବ୍ଧ  ।

BMW G 310 R ର ଇଞ୍ଜିନ୍:

ଏହି ଛୋଟ ପରିବର୍ତ୍ତନ ବ୍ୟତୀତ ମୋଟରସାଇକେଲ୍ ପୂର୍ବ ମୋଟର ସାଇକେଲ ଭଳି ଫିଚର୍ସ ଦେଖିବାକୁ ମିଳିବ । BMW G 310 R ରେ ୩୧୩ ସିସିର ସିଙ୍ଗଲ୍ ସିଲିଣ୍ଡର, ଲିକ୍ୱିଡ-କୁଲ୍ଡ, ଫୁଏଲ ଇଞ୍ଜେକଟେଡ ଇଞ୍ଜିନ ରହିଛି । ଏହି ମୋଟର ଏହି ମୋଟର ୯,୫୦୦ ଆରପିଏମ ରେ ୩୩.୫ ବିଏଚପି ଶକ୍ତି ଏବଂ ୭,୫୦୦ ଆରପିଏମ ରେ ୨୮ ଏନଏମ ଟର୍କ ଉତ୍ପାଦନ କରେ । ଇଞ୍ଜିନ୍ ୬-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ସହିତ ଆସିବ ଯେଉଁଥିରେ ଏକ ରାଇଡ୍ ବାଇ-ୱାୟାର ଥ୍ରଟଲ୍ ଏବଂ ଏକ ଆସିଷ୍ଟାଣ୍ଟ ଏବଂ ସ୍ଲିପର୍ କ୍ଲଚ୍ ମିଳିଥାଏ ।

BMW G 310 GS ର ଇଞ୍ଜିନ

ବିଏମଡବ୍ଲୁ ଜି ୩୧୦ ଜିଏସ୍ ର ଇଞ୍ଜିନ୍ ବିଷୟରେ କହିବାକୁ ଗଲେ ଏଥିରେ ମଧ୍ୟ ୩୧୩ ସିସି ସିଙ୍ଗଲ୍ ସିଲିଣ୍ଡର, ଲିକ୍ୱିଡ-କୁଲ୍ଡ, ଫୁଏଲ ଇଞ୍ଜେକଟେଡ ଇଞ୍ଜିନ ରହିଛି । ଏହି ମୋଟର ୯,୫୦୦ ଆରପିଏମରେ ୩୩.୫ ବିଏଚପି ପାୱାର ଏବଂ ୭୫୦୦ ଆରପିଏମରେ ୨୮ ଏନଏମ ଟର୍କ ଉତ୍ପାଦନ କରେ । ଏହି ଇଞ୍ଜିନ୍ ୬-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ସହିତ ଆସିଥାଏ ଏବଂ ଏକ ରାଇଡ୍-ବାଇ-ୱାୟାର ଥ୍ରଟଲ୍ ଏବଂ ଏକ ଆସିଷ୍ଟାଣ୍ଟ ଓ ସ୍ଲିପର୍ କ୍ଲଚ୍ ମିଳିଥାଏ ।

ବିଏମଡବ୍ଲୁ ଜି ୩୧୦ ଆର ରେ ୪୧ ଏମଏମ ଅପସାଇଡ ଡାଉନ ଫ୍ରଣ୍ଟ ଫୋକସ ଏବଂ ରିୟର ରେ ପ୍ରି ଲୋଡ ଆଡଜଷ୍ଟେବୁଲ ମୋନୋ ସକ ଅବଜରଭର ମିଳିଥାଏ । ବ୍ରେକିଂ ପାଇଁ ଆଗ ହ୍ୱିଲରେ ୩୦୦ ଏମଏମ ଡିସ୍କ ବ୍ରେକ୍ ଏବଂ ପଛରେ ୨୪୦ ଏମଏମ ର ଡୁଆର ଚ୍ୟାନେଲ ଡିସ୍କ ବ୍ରେକ୍ ରହିଛି । ଫିଚର୍ସ  ବିଷୟରେ କହିବାକୁ ଗଲେ, ଜି ୩୧୦ ଆରରେ ଡିଆରଏଲ ସହ ଏକ ଅଲ ଏଲଇଡି ହେଡଲ୍ୟାମ୍ପ ଏବଂ ଏକ ଡିଜିଟାଲ ଇଷ୍ଟ୍ରୁମେଣ୍ଟ କ୍ଲଷ୍ଟର ମିଳୁଛି ।

Get real time updates directly on you device, subscribe now.