ମେଡିକାଲ କ୍ୟାମ୍ପସ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ମେଡିକାଲ କ୍ୟାମ୍ପସ ଭିତରୁ ମିଳିଲା ଝୁଲନ୍ତା ମୃତଦେହ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରେଲଓ୍ୱେ ମେଡିକାଲ କ୍ୟାମ୍ପସ ଭିତରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକଙ୍କ ନାମ ସୀମାଞ୍ଚଳ ଭୋଇ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ କିଛି ଲୋକ ମେଡିକାଲ କ୍ୟାମ୍ପସ ଦେଇ ଯାଉଥିଲେ । ଏହି ସମୟରେ କ୍ୟାମ୍ପସ ମଧ୍ୟରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ଲୋକ । ଏହାପରେ ତୁରନ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି ।