fbpx

ଘରୁ ବୃଦ୍ଧ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର

ବଲାଙ୍ଗୀର, ୧୯ ।୧୦ (ଓଡିଶା ଭାସ୍କର) : ବଲାଙ୍ଗୀର ସହରର ଚନ୍ଦ୍ରଶେଖରନଗର ଘଟିଯାଇଛି ଅଭାବନୀୟ ଘଟଣା । ସରକାରୀ କ୍ୱାର୍ଟରରୁ ବୃଦ୍ଧ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ଜିଲ୍ଲାର ଚନ୍ଦ୍ରଶେଖର ନଗରର ଏକ କ୍ୱାର୍ଟରରୁ ଉଦ୍ଧାର ହୋଇଛି । ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବୃଦ୍ଧାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ । ମୃତକ ସ୍ୱାମୀ ବୃନ୍ଦାବନ ସାହୁ ଓ ସ୍ତ୍ରୀ ନିରାଶ ସାହୁ ବୋଲି ଜଣାପଡିଛି । ବଲାଙ୍ଗିର ଟାଉନ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ବୃଦ୍ଧ ଦମ୍ପତିଙ୍କ ଘର ସଦର ବ୍ଲକ ପୁଡ଼ାସିଂ ଗାଁରେ । ଅସହାୟ ଜୀବନ ବିତାଉଥିବାରୁ ଲୋକେ କ୍ୱାର୍ଟର୍ସରେ ରଖିଥିଲେ । ମୃତ ଦମ୍ପତି ୩ ବର୍ଷ ହେଲା ବଲାଙ୍ଗିର ସହର ଚନ୍ଦ୍ରଶେଖର ନଗରରେ ଜଣେ ମହିଳାଙ୍କ ନିକଟରେ ଆଶ୍ରୟ ନେଇ ରହୁଥିଲେ । ଆଶ୍ରୟ ନେଉଥିବା ଝୁପୁଡି ଘର ଭାଙ୍ଗି ଯିବାରୁ ପରେ ଏକ ସରକାରୀ କ୍ୱାର୍ଟରରେ ରହୁଥିଲେ ।

Get real time updates directly on you device, subscribe now.