fbpx

ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର

ବଣାଇ,୪ ।୩: ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଟିକାୟପାଲି ଥାନା ସରସରା ଗାଁରେ ଦେଖିବାକୁ ମିଳିଛି । ଗାଁର ଏକ ବନ୍ଦ ଘରୁ ନବବଧୂଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବାପପୁଅ ତାଲା ପକାଇ ହଠାତ୍ ପଳାଇବାକୁ ପଡୋଶୀଙ୍କ ସନ୍ଦେହ ହୋଇଥିଲା । ଏନେଇ ପଡୋଶୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । କବାଟ ଭାଙ୍ଗି ନବବଧୂଙ୍କ ମୃତ ଦେହ ଉଦ୍ଧାର କରିବା ପରେ ପୋଲିସ ଘଟଣା ଛାନଭିନ୍ ଜାରି ରଖିଛି । ତେବେ ନବବଧୂ ଜଣକ ଆତ୍ମହତ୍ୟ କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Get real time updates directly on you device, subscribe now.