fbpx

Video: ଖେଳନା ଭାବି ଧରିଲା ରଣା..ମାରିଦେଲା ଚୋଟ, ଚାଲିଗଲା ତିନି ବର୍ଷ ଝିଅ ରୂପାର ଜୀବନ

ବଲାଙ୍ଗୀର: କବାଟ କଣରେ ଛକି ବସିଥିଲା ମୃତ୍ୟୁ। ଖେଲୁ ଖେଲୁ କୁନି ଝିଅକୁ କାମୁଡି ଦେଲା ବିଷାକ୍ତ ସାପ। ୨୪ ଘଣ୍ଟା ଭିତରେ ଚାଲିଗଲା ଅମୂଳ୍ୟ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ ଗଂଜାବାହାଲ ଗାଁରେ। ଗତକାଲି ରାତି ପ୍ରାୟ ଆଠଟା ଡୋଲାମଣି ସଗରିଆଙ୍କ ତିନି ବର୍ଷର ଝିଅ ରୂପା ଘର ଭିତରେ ଏକା ଏକା ଖେଲୁଥିଲା। ଛୋଟ ଝିଅ ଜାଣିନଥିଲା, ତା ପାଇଁ କବାଟ କଣରେ ଛକି ରହିଛି ମୃତ୍ୟୁ।

କବାଟ କଣକୁ ଯାଇ ରୂପା ଏକ ଛୋଟ ସାପକୁ ଦେଖିଥିଲା। ଖେଲଣା ଭାବି ସାପକୁ ହାତରେ ଧରିବାକୁ ଚେଷ୍ଟା କରୁ କରୁ ହଠାତ କାମୁଡି ଦେଇଥିଲା ବିଷାକ୍ତ ସାପ। ପରିବାର ଲୋକେ ଜାଣିବା ପରେ ଛୋଟ ଝିଅକୁ ଖଡିଆଲ ହସପିଟାଲ ଏବଂ ପରେ କଣ୍ଟାବାଜିଂ ହସପିଟାଲକୁ ଆଣିଥିଲେ। ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଝିଆକୁ ବଲାଙ୍ଗିର ରେଫର କରିଥିଲେ। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ କୁନି ଝିଅର ଆଜି ସକାଳୁ ମୃତ୍ୟୁ ହୋଇଛି। ଏକମାତ୍ର ଝିଅକୁ ଅସମୟରେ ହରାଇଥିବା ଡୋଲାମଣିଙ୍କ ପରିବାରରେ ଶୋକର ଛାୟା ଖେଲିଯାଇଛି।ଶବ ବିବେଛଦ ପରେ ପରିବାର ଲୋକକୁଁ ହସ୍ତାନ୍ତର କଲା ବଲାଙ୍ଗୀର ପୋଲିସ।

Get real time updates directly on you device, subscribe now.