fbpx

ବଲିଉଡ ପ୍ରଡ୍ୟୁସର ନିତିନ ମନମୋହନଙ୍କ ପରଲୋକ, କିଛି ଦିନ ପୂର୍ବରୁ ଆସିଥିଲା ହାର୍ଟ ଆଟାକ୍

ମୁମ୍ବାଇ: ବର୍ଷର ଶେଷ ଦିନରେ ବଲିଉଡର ଅନ୍ୟ ଜଣେ ସେଲିବ୍ରିଟି ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି । ଚଳଚ୍ଚିତ୍ର ନିର୍ମାତା ବା ପ୍ରଡ୍ୟୁସର ନିତିନ ମନମୋହନଙ୍କ ପରଲୋକ ହୋଇଛି । ୬୦ ବର୍ଷ ବୟସରେ ଆଜି ସକାଳେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି । ଡିସେମ୍ବର ୩ ତାରିଖରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଗତ ୧୫ ଦିନ ଧରି ଭେଣ୍ଟିଲେଟରରେ ଥିଲେ । ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉଥିବା ବେଳେ ସେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ହାର୍ଟ ଆଟାକ୍ ପରେ ମେଡିକାଲରେ ହୋଇଥିଲେ ଭର୍ତ୍ତି :-
ଭେଟେରାନ୍ ଚଳଚ୍ଚିତ୍ର ନିର୍ମାତା ନିତିନ ମନମୋହନଙ୍କର ହାର୍ଟ ଆଟାକ୍ ହୋଇଥିଲା, ଯାହା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଲାଗାତାର ଭାବେ ଖରାପ ହେଉଥିଲା । ଯଦିଓ ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ କିନ୍ତୁ ତାଙ୍କ ଅବସ୍ଥାରେ କୌଣସି ସୁଧାର ହୋଇନଥିଲା ବେଳେ ଆଜି ତାଙ୍କ ମୃତ୍ୟୁର ଦୁଃଖଦ ଖବର ଆସିଛି । ଏଥି ସହ ନିତିନ ମନମୋହନଙ୍କ ମୃତ୍ୟୁ ଖବର ଯୋଗୁଁ ବଲିଉଡରେ ଶୋକର ଲହରୀ ଖେଳିଯାଇଛି ।

ନୀତିନ୍ ମନମୋହନ ଚଳଚ୍ଚିତ୍ରର ପ୍ରସିଦ୍ଧ ଭିଲେନ୍ ମନମୋହନଙ୍କ ପୁଅ, ଯିଏ ‘ବ୍ରହ୍ମଚାରି’, ‘ଗୁମନାମ୍’ ଏବଂ ‘ନୟା ଜମାନା’ ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ଜଣାଶୁଣା । ତାଙ୍କ ପିତାଙ୍କ ପରି ନିତିନ ମନମୋହନ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଥିଲେ । ସେ ତାଙ୍କ କ୍ୟାରିୟରରେ ଅନେକ ବଡ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏଥିମଧ୍ୟରେ ‘ବୋଲ ରାଧା ବୋଲ’ (୧୯୯୨), ‘ଲାଡଲା’ (୧୯୯୪), ‘ୟାମଲା ପାଗଲା ଦେୱାନା’ (୨୦୧୧), ‘ଆର୍ମି ସ୍କୁଲ’, ‘ଲଭ କେ ଲିୟେ କୁଚ ଭୀ କରେଗା’ (୨୦୦୧), ‘ଦଶ’ (୨୦୦୫), ‘ଚଲ୍ ମେରେ ଭୋଇ’ (୨୦୦୧), ‘ମହା-ସଂଗ୍ରାମ’ (୧୯୯୦), ‘ଇନସାଫ୍: ଦି ଫାଇନାଲ୍ ଜଷ୍ଟିସ୍’ (୧୯୯୭), ‘ଦେୱାନଙ୍ଗି’, ‘ନା ପାଡୋସନ୍’ (୨୦୦୩), ‘ଅଧର୍ମ’ (୧୯୯୨), ‘ ବାଗୀ ‘ଏନା ମୀନା ଡିକା’, ‘ତଥାସ୍ତୁ ‘, ସହିତ ଅନେକ ବଡ଼ ଚଳଚ୍ଚିତ୍ର ସାମିଲ ରହିଛି ।

Get real time updates directly on you device, subscribe now.