ବଲିଉଡର ହଟ୍ ହିରୋଇନ୍ ପିନ୍ଧିଲେ ଗେରୁଆ ହେଲେ ମାତାଜୀ: ୧୨ ବର୍ଷ ହେଲା ଥିଲେ ବ୍ରହ୍ମଚାରିଣୀ

ବଲିଉଡରେ ବେଶ୍ ନାଁ କମେଇଥିଲେ ମମତା । କ୍ୟାରିୟର ଛାଡ଼ି ହଠାତ୍ ଆଧ୍ୟାତ୍ମିକତା ଆଡ଼କୁ ଚାଲିଯାଇଥିଲେ ଏହି ନାୟିକା ।

ପ୍ରୟାଗରାଜ: ଅଭିନୟ ଜଗତର ଚକାଚାନ୍ଦ ଜୀବନକୁ ଛାଡ଼ିବାକୁ ଅନେକ ଲୋକ ପ୍ରସ୍ତୁତ ନ ଥାନ୍ତି । କିନ୍ତୁ ବେଳେବେଳେ ପରିସ୍ଥିତିର ବସବର୍ତ୍ତି ହୋଇ ଅନେକ କଳାକାର ସିନେ ଜଗତ ଛାଡ଼ିଛନ୍ତି । ହେଲେ ସେମାନେ ଅନ୍ୟ ପେଶା ଆପଣାଇବାକୁ ବାଧ୍ୟ ହୋଇଛନ୍ତି । ହେଲେ ସିନେମା ଛାଡ଼ି ସନ୍ୟାସ ହେବା ଖୁବ୍ କମ୍ ଦେଖିବାକୁ ମିଳିଛି ।

୯୦ ଦଶକର ସେକ୍ସ ସାଇରନ୍ ମାନ୍ୟତା ପାଇଥିବା ମମତା କୁଲକର୍ଣ୍ଣି ସନ୍ୟାସୀନୀ ପାଲଟିଛନ୍ତି । ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ମମତା ସାଧ୍ୱୀ ପାଲଟିଛନ୍ତି । ସାତ ପୁରୁଷକୁ ପିଣ୍ଡ ଦାନ କରି ନିଜର ମଧ୍ୟ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି । ମମତା ଏବେ ପାଲଟିଛନ୍ତି ମାତା ମମତା ନନ୍ଦ ଗିରି ।

ଦୁବାଇରେ ରହୁଥିଲେ : ଅଭିନୟ ଦୁନିଆରୁ ଯାଇ ସେ ଏବେ କିନ୍ନର ଆଖଡାରେ ଯୋଗ ଦେଇଛନ୍ତି । ସେ କେବଳ କିନ୍ନର ଆଖଡାରେ ଯୋଗ ଦେଇନାହାଁନ୍ତି ବରଂ କିନ୍ନର ଆଖଡାର ମହାମଣ୍ଡଳେଶ୍ୱର ହୋଇଛନ୍ତି । । ଏହି କ୍ରମରେ ସେ ଗତକାଲି ସନ୍ଧ୍ୟାରେ ସଂଗମ ଯାଇ ପିଣ୍ଡଦାନ କରିଛନ୍ତି । ଏହାପରେ କିନ୍ନର ଆଖଡା ତରଫରୁ ତାଙ୍କର ପଟ୍ଟାଭିଷେକ କରାଯାଇଥିଲା । ଅଭିଷେକ ସମୟରେ ମମତା କାନ୍ଦୁଥିବାର ଦେଖିବାକୁ ମିଳିଛି । ମମତା କିନ୍ନର ଆଖଡାର ଆଚାର୍ୟ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ଭେଟିଥିଲେ ।

ଅଭିନେତ୍ରୀ ମମତା କୁଲକର୍ଣ୍ଣି ୨୫ ବର୍ଷ ପରେ ଭାରତ ଫେରିଛନ୍ତି । ଅନୁମାନ କରାଯାଉଛି ସେ ବିଗ୍ ବସରେ ଭାଗନେବାକୁ ନଚେତ ବଲିଉଡରେ କାମ କରିବାକୁ ଭାରତ ଆସିଛନ୍ତି । ଏଭଳି ଅନୁମାନ ଭିତରେ ମମତା କହିଛନ୍ତି କି, ସେ କେବଳ ମହାକୁମ୍ଭରେ ଯୋଗ ଦେବାକୁ ଭାରତ ଆସିଛନ୍ତି । ଏ ନେଇ ଇନଷ୍ଟାଗ୍ରାମରେ ମମତା ଏକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି ।

ସଲମାନଙ୍କଠାରୁ ଆରମ୍ଭ କରି ଅକ୍ଷୟକୁମାର, ଗୋବିନ୍ଦାଙ୍କ ସହ ସ୍କ୍ରିନ୍ ଶେୟାର କରିଥିବା ମମତା ବଲିଉଡ୍ର ଫେମସ୍ ନାୟିକା ଭିତରୁ ଥିଲେ ଜଣେ । ତବୁ, କରିସ୍ମାଙ୍କୁ ସେ ପଛରେ ପାକାଇ ଦେଇଥିଲେ । ହେଲେ ୧୯୯୬ରେ ଅଧ୍ୟାତ୍ମ ପ୍ରତି ତାଙ୍କ ମନ ବଳିଲା । ଯାହାପରେ ସେ ବଲିଉଡରୁ ଦୂରରେ ଯାଇଥିବା ଏକ ସାକ୍ଷାତକାରରେ କହିଛନ୍ତି ।