fbpx

(Video) ବିଜେପି ନେତ୍ରୀଙ୍କ ପୁଅ ଉପରକୁ ମରଣାନ୍ତକ ଆକ୍ରମଣ: କାର ଉପରକୁ ପକାଇଲେ ବୋମା, ଦେଖନ୍ତୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦୁର୍ବୃତ୍ତଙ୍କ ବୋମାମାଡ ଘଟଣା ଅଞ୍ଚଳରେ ଚହଳ ହଇଚଇ ସୃଷ୍ଟି କରିଛି । ସେଠାରେ ଜଣେ ବିଜେପି ମହିଳା ନେତ୍ରୀଙ୍କ ପୁଅ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ତାଙ୍କୁ ବୋମାରେ ମରଣାନ୍ତକ ଆକ୍ରମଣ କରାଯିବା ନେଇ ଥାନାରେ ଅଭିଯୋଗ ଆସିଛି । ଆକ୍ରମଣକାରୀମାନେ ମହିଳା ନେତ୍ରୀଙ୍କ ପୁଅଙ୍କ ସଫାରୀ କାର ଉପରେ ଦୁଇଟି ବୋମା ଫିଙ୍ଗିଛନ୍ତି । ବୋମା ଫାଟିବା ଦ୍ୱାରା ର୍କା କ୍ଷତିଗ୍ରସ୍ତ ହୋଇଛି । ଯଦିଓ କାର ଭିତରେ ଥିବା ନେତ୍ରୀଙ୍କ ପୁଅ ଏବଂ ତାଙ୍କ ସାଙ୍ଗଙ୍କୁ କୌଣସି ଆଘାତ ଲାଗିନାହିଁ ।

ବୋମାମାଡ଼ ଘଟଣାର ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି । ଘଟଣା ପ୍ରୟାଗରାଜର ଝୁସି ଅଞ୍ଚଳର ଆବାସ ବିକାଶ କଲୋନୀର ବୋଲି ଜଣାପଡ଼ିଛି । ବିଜେପି ନେତ୍ରୀ ସ୍ଥାନୀୟ ଝୁସି ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି ।

ମହିଳା ନେତ୍ରୀ ବିଜୟଲକ୍ଷ୍ମୀ ଚନ୍ଦେଲ ହେଉଛନ୍ତି ବିଜେପିର ଜିଲ୍ଲା ମନ୍ତ୍ରୀ । ସେ ଥାନାପୁର ଗ୍ରାମସଭାରେ ଗ୍ରାମ ପ୍ରଧାନ ମଧ୍ୟ ଅଛନ୍ତି । ତାଙ୍କ ପୁଅ ୨୦ ବର୍ଷୀୟ ବିଧାନ ସିଂ ଗୁରୁବାର ରାତି ୮ଟାରେ ନିଜ ମାଉସୀ ଘରକୁ ଯାଉଥିଲେ । ସେଠାରେ ଦୁଇଟି ବାଇକରେ ୬ ଜଣ ଯୁବକ ଆସି ବିଧାନଙ୍କ ସଫାରୀ କାର ଉପରେ ବୋମାମାଡ଼ କରିଥିଲେ । ତେବେ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳଙ୍କ ପୁଅ ଥିବା ଅଭିଯୋଗରେ ଦର୍ଶାଯାଇଛି ।

ଅଭିଯୋଗ ମୁତାବକ, କନଷ୍ଟେବଳଙ୍କ ପୁଅ ସହିତ ମହିଳା ନେତ୍ରୀଙ୍କ ପୁଅ ବିଧାନଙ୍କର କିଛି ଦିନ ତଳେ ଝଗଡ଼ା ହୋଇଥିଲା । କନଷ୍ଟେବଳ ଏବଂ ତାଙ୍କ ପୁଅ ନେତ୍ରୀଙ୍କ ଘରକୁ ଯାଇ କ୍ଷମା ମଧ୍ୟ ମାଗିଥିଲେ । ଏହାସତ୍ତେ୍ୱ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ କାର ଉପରକୁ ବୋମାମାଡ଼ କରାଯାଇଛି । ବିଜେପି ନେତ୍ରୀଙ୍କ ଅଭିଯୋଗ ପରେ ଘଟଣାର ଛାନଭିନନ୍ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.