ରାତି ଅଧରେ ସରପଞ୍ଚଙ୍କ ଘର ଉପରେ ବୋମା ମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଗୋଷାଣୀ ନୂଆଗାଁ ଅନ୍ତର୍ଗତ ଫୁଲଟା ଗାଁରେ ସରପଞ୍ଚଙ୍କ ଘରେ ଉପରକୁ ବୋମାମାଡ଼ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ । ତେବେ ଏହି ବୋମା ମାଡ଼ରେ ସରପଞ୍ଚ ଏବଂ ତାଙ୍କ ପରିବାର ସଦସ୍ୟଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ପାର୍ବଣ ସମୟରେ ଏଭଳି ଘଟଣାକୁ ନେଇ ଗାଁରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । ଅପରପକ୍ଷରେ ସରପଞ୍ଚଙ୍କ ସୁରକ୍ଷା ଏବଂ ଗାଁରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଗାଁରେ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ପ୍ରକାଶ । ୫ ଜଣ ଦୁର୍ବୃତ୍ତ ୨ଟି ବୋମା ଫିଙ୍ଗିଥିବା ଥାନରେ ଏତଲା ଦାୟର କରାଯାଇଛି । ତେବେ ଏହି ବୋମା ମାଡ଼ ପଛରେ ରାଜନୈତିକ ଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି କିଛି ଜଣାପଡ଼ିନାହିଁ ।

Get real time updates directly on you device, subscribe now.