fbpx

ଏୟାର ଇଣ୍ଡିଆ ବିମାନରେ ବୋମା; ଭୟରେ ଥରିଲେ ଯାତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ବିଶାଖାପାଟନମ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ମଙ୍ଗଳବାର ବିଳମ୍ବିତ ରାତିରେ ବୋମା ରହିବାର ଖବର ମିଳିଛି। ଏହି ଖବର ଶୁଣି ବିମାନରେ ଯାତ୍ରା କରୁଥିବା ଯାତ୍ରୀ ଭୟଭୀତ ହୋଇଛନ୍ତି। ହେଲେ ଏହି ବିମାନଟି ବିଶାଖାପାଟନମରେ ପହଞ୍ଚିବା ପରେ ଯାଞ୍ଚ କରାଯାଇଥିଲା, ଏହାପରେ ଏହି ଖବର ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା। ଏ ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ବିଶାଖାପାଟନମ ବିମାନ ବନ୍ଦରର ନିର୍ଦ୍ଦେଶକ ଏସ ରାଜା ରେଡ୍ଡୀ କହିଛନ୍ତି ଯେ, ଦିଲ୍ଲୀ ପୋଲଙ୍କୁ ଫୋନ କରି କୌଣସି ଏକ ବ୍ୟକ୍ତି ବିମାନରେ ବୋମା ଥିବାର ସୂଚନା ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ବିମାନ କମ୍ପାନୀ ଏବଂ ବିଶାଖାପାଟନମ ବିମାନବନ୍ଦରକୁ ସତର୍କ କରିଦେଇଥିଲେ। ରେଡ୍ଡୀ ପିଟିଆଇକୁ କହିଛନ୍ତି ଯେ, ବିମାନ ସୁରକ୍ଷିତ ଭାବେ ଅବତରଣ କରିଛି ଏବଂ ବିମାନ ଭିତରେ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ଏହା ଏକ ମିଥ୍ୟା ଖବର ଥିଲା। ସୂଚନାନୁଯାୟୀ, ଏହି ବିମାନରେ ୧୦୭ ଜଣ ଯାତ୍ରୀ ଯାତ୍ରା କରୁଥିଲେ।

Get real time updates directly on you device, subscribe now.