fbpx

ମନ୍ଦିର ପ୍ରସାଦରେ ମିଳିଲା ହାଡ, ଶ୍ରଦ୍ଧାଳୁ ହତବାକ୍‌, ଦିଆଗଲା ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଆନ୍ଧ୍ରପ୍ରଦେଶର ଶ୍ରୀସାଇଲାମ ମନ୍ଦିରରେ ଜଣେ ଭକ୍ତଙ୍କୁ ଦିଆଯାଇଥିବା ପ୍ରସାଦରେ ହାଡର ଖଣ୍ଡ ମିଳିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କୁହାଯାଉଛି ଯେ ଶୁକ୍ରବାର ଦିନ ପୂଜା ପରେ ଜଣେ ଭକ୍ତଙ୍କୁ ଦିଆଯାଇଥିବା ପୁଲିହୋରା ପ୍ରସାଦରେ ହାଡର ଖଣ୍ଡ ପାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଶ୍ରୀସାଇଲାମ ମନ୍ଦିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣା ଶ୍ରୀସାଇଲମ୍ ମନ୍ଦିରର ରୋଷେଇ ଘରର ପରିଷ୍କାର ପରିଚ୍ଛନ୍ନତା ଏବଂ ପରିଚାଳନା ନିୟମକୁ ନେଇ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଏହି ଭକ୍ତଙ୍କ ନାମ ହେଉଛି ହରିଶ ରେଡ୍ଡୀ । ଦର୍ଶନ ପରେ ପ୍ରସାଦ ଖାଇବାବେଳେ ଭକ୍ତ ହାଡ ପାଇ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ। ସେ ସଙ୍ଗେ ସଙ୍ଗେ ମନ୍ଦିର କାର‌୍ୟ୍ୟନିର୍ବାହୀ ଅଧିକାରୀଙ୍କ କାର‌୍ୟ୍ୟାଳୟରେ ପ୍ରମାଣ ସହିତ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ଜବାବ ଦେଇ ମନ୍ଦିର କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମନ୍ଦିର ପ୍ରଶାସନରେ ଏପରି ଅବହେଳା ଲୋକଙ୍କ ଭାବନାକୁ ଆଘାତ ଦେଇଛି ।

Get real time updates directly on you device, subscribe now.