fbpx

ବେତନୀ ନଦୀରେ ଅଘଟଣ: ପାଣି ମଝିରେ ଭାରସାମ୍ୟ ହାରାଇ ଓଲଟି ଡଙ୍ଗା, ୧୨ ନିଖୋଜ, ୧୨ ଉଦ୍ଧାର

କୋଲକାତା: ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ବେତନୀ ନଦୀରେ ଏକ ଅଘଟଣ ଘଟିଛି । ଭାରସାମ୍ୟ ହାରାଇ ଏକ ଡଙ୍ଗା ଓଲଟି ପଡ଼ିଥିବା ବେଳେ ସେଥିରେ ଥିବା ୧୨ଜଣ ଯାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଛି । ଅନ୍ୟ ୧୨ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ବାତ୍ୟା ପାଇଁ  ଟ୍ରଲର ଓ ମତ୍ସ୍ୟଜୀବୀଙ୍କ ନଦୀକୁ ଯିବାକୁ ବାରଣ କରାଯାଇଥିଲ। କିନ୍ତୁ ଡାଙ୍ଗା ଚାଳକ କଟକଣା ଅବମାନ କରିଥିବା ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠା ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ଡଙ୍ଗାଟି ଲୁହା ରଡ୍‌ ନେଇ ଯିବାବେଳେ ହଠାତ ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ତେବେ ଡଙ୍ଗାରୁ ଉଦ୍ଧାର କରାଯାଇଥିବା ଲୋକଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ପୋଲିସ ପକ୍ଷରୁ ଏ ନେଇ ତଦନ୍ତ ଆରମ୍ଭ ହୋଇଛି । ବାତ୍ୟା ଜୱାଦ ପାଇଁ ଆଗାମୀ ୫ ଦିନ ନିମନ୍ତେ ଡଙ୍ଗା, ଟ୍ରଲର ଓ ମତ୍ସ୍ୟଜୀବୀଙ୍କୁ ନଦୀ ଭିତରକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରି ଡଙ୍ଗାରେ କିପରି ୭ କ୍ୱିଣ୍ଟାଲରୁ ଅଧିକ ଲୁହାରଡ଼ ନିଆଯାଉଥିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ନିଖୋଜ ଥିବା ଅନ୍ୟ ୧୨ ଯାତ୍ରୀ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି। ତେବେ ଖବର ଲେଖାହେବା ଯାଏଁ ଯାତ୍ରୀ କୌଣସି ସୂଚନା ମିଳି ପାରିନାହିଁ।

Get real time updates directly on you device, subscribe now.