ଗୋଟିଏ ମାସରେ ସୁନ୍ଦରୀ କରିଦେବ ଲାଉ ଜୁସ୍, ଏହି ପ୍ରଣାଳୀରେ ବନେଇ ପ୍ରତ୍ୟେକ ଦିନ ପିଅନ୍ତୁ…

୩୪ ଅଣ୍ଟା ହୋଇଯିବ ୨୮ । ବିନା କସରତରେ ଶରୀରରୁ ଉଭେଇଯିବ ମୋଟାପଣ ।

ଓଡ଼ିଶା ଭାସ୍କର: ମେଦବହୁଳତା ବା ଓବେସିଟି ପାଇଁ ଏବେ ପ୍ରତ୍ୟେକ ବ୍ୟକ୍ତି ଚିନ୍ତାରେ । ଜିମରେ ଏକ୍ସରସାଇଜ୍ କରିବା ପରେ ବି କମୁନି ଶରୀରରୁ ଚର୍ବି । ଏ ସମସ୍ୟାର ସମାଧାନ ପାଇଁ ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ନୂଆ ଉପାୟ । ଯାହା ଆପଣଙ୍କ ଶରୀରକୁ ସ୍ଲିମ୍ ଆଉ ଟ୍ରିମ୍ ।

ଓଜନ କମାଇବା ପାଇଁ ବଜାରରେ ଏବଂ ଅନଲାଇନରେ ବହୁ ସପ୍ଲିମେଣ୍ଟ ମିଳୁଛି । ହେଲେ ସେଗୁଡ଼ିକର ସାଇଡ୍ ଇଫେକ୍ଟ ମଣିଷ ଦେହରେ ବିଭିନ୍ନ ରୋଗ ସୃଷ୍ଟି କରୁଛି ।

ଏଭଳି ସ୍ଥିତିରେ ଆମେ ପ୍ରାକୃତିକ ନିଜିଷକୁ ଯେତେ ପରିମାଣରେ ବ୍ୟବହାର କରିପାରିବା ତାହା ଆମ ପାଇଁ ଠିକ୍ ସାବ୍ୟସ୍ତ ହେବ ।

ବିଭିନ୍ନ ପରିବାର ଗୁଣବତ୍ତା ଭିନ୍ନ ଭିନ୍ନ ହୋଇଥାଏ । ଯେମିତି ଘରେ ଘରେ ବ୍ୟବହାର ହେଉଥିବା ଲାଉ ।

ଲାଉ ଖାଇବା ପାଇଁ ଅନେକ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହା ଆମ ଶରୀରପକ୍ଷେ ଲାଭପ୍ରଦ ହୋଇଥାଏ ।

ପ୍ରତିଦିନ ସକାଳେ ଲାଉଜୁସ୍ ପିଇବା ଦ୍ୱାରା ଶରୀରରେ ଜମି ରହିଥିବା ଚର୍ବି ସବୁ ତରଳି ମଳ ବାଟେ ବାହାରିଯିବ । ପେଟ ପରିସ୍କାର ରହିବା ସାଙ୍ଗକୁ ଦେହ ସୁସ୍ଥ ମଧ୍ୟ ରହିଛି ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଲାଉକୁ ଧୋଇ ସେଥିରୁ ଚୋପା କାଟି ବାହାର କରିଦେବେ । ଏହାପରେ ତା’ ମଞ୍ଜିକୁ ବାହାର କରି ବଡ଼ ବଡ଼ ଖଣ୍ଡ କରି କାଟିଦେବେ । ଗୋଟେ ଗ୍ଲାସ ଜୁସ୍ ପାଇଁ ଅଧ ଇଞ୍ଚର ଅଦା ଏବଂ ୪ରୁ ୫ଟି ଗୋଲମରିଚ ସେଥିରେ ମିଶାଇ ଗ୍ରାଇଣ୍ଡରରେ ବାଟି ଦେବେ ।

ଏହାପରେ ପ୍ରସ୍ତୁତ ପେଷ୍ଟକୁ ଛାଣେଣି କିମ୍ବା ପରିସ୍କାର ପତଳା କପଡ଼ାରେ ଛାଣି ଦେବେ । ଏପରି ଭାବେ ବାହାରିବା ଜୁସକୁ ପ୍ରତିଦିନ ସକାଳେ ପିଇବା ଦ୍ୱାରା ଶରୀରରୁ ମେଦବହୁଳତା କମିବ ଏବଂ ଶରୀର ନୀରୋଗ ରହିବ ।