fbpx

ଗେମ୍ ଖେଳିବା ବୟସରେ ପରିବାର ବିଶ୍ୱାସ ସହ ଖେଳିଲା; ଅପହରଣର ନାଟକ ରଚିଲା ନାବାଳାକ

ନୂଆଦିଲ୍ଲୀ: ଆଜିକାଲି ମୋବାଇଲରେ ପିଲାମାନେ ଘଣ୍ଟା ଘଣ୍ଟା ଧରି ମୋବଇଲରେ ଗେମ୍ ଖେଳିବା କଥା ସାଧାରଣ । ପ୍ରାୟ ସମସ୍ତଙ୍କ ଘରେ ଏହି ଅବସ୍ଥା ଦେଖିବାକୁ ମିଳୁଛି । ମୋବାଇଲ ଗେମ ପାଇଁ ପିଲାମାନେ ଆକାଉଣ୍ଟ ଖାଲି କରିଦେଉଥିବା କଥା ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଭୋପାଳରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା ଯେଉଁଠାରେ ଗେମ ଖେଳୁ ଖେଳୁ ଗୋଟିଏ ଛୋଟ ପିଲା ନିଜ ପରିବାର ସହ ଗେମ ଖେଳିଛି । ତେବେ ପୋଲିସର ସମୟ ପୂର୍ବରୁ ପଦକ୍ଷେପ ଫଳରେ ସବୁ ଠିକ ହୋଇଯାଇଥିଲା ନହେଲେ ହୁଏତ କିଛିବି ହୋଇପାରିଥାନ୍ତା ।

ଭୋପାଳରେ ଜଣେ ୧୨ ବର୍ଷୀୟ ଅଷ୍ଟମ ଶ୍ରେଣୀ ଛାତ୍ର ଅନଲାଇନ୍ ଗେମ ଖେଳିବା ନିଶାହୋଇଯାଇଥିଲା । ସେ ଗେମରେ ମଜ୍ଜି ରହୁଥିଲା । ଅକ୍ଟୋବର ୭ ତାରିଖରେ ଗେମ ଖେଳୁ ଖେଳୁ ହଠାତ୍ ନିଜ ପରିବାର ସହ ଗେମ ଖେଳିବା ପାଇଁ ଯୋଜନା କରିଥିଲା । ଦ୍ୱିପ୍ରହରରେ ପରେ ହଠାତ୍ ସେ ଘରୁ ପଳାଇଯାଇଥିଲେ । ଏହା ପରେ ସେ ତାଙ୍କ ବାପାଙ୍କୁ ଏକ ମେସେଜ କରିଥିଲେ ଯେ ତାଙ୍କର ଅପହରଣ ହୋଇଯାଇଛି । ଆଉ ମୋବାଇଲରେ ମେସେଜ ପାଇ ଘରେ ସମସ୍ତେ ବ୍ୟସ୍ତ ହୋଇପଡ଼ିଥିଲେ । ଆଖପାଖରେ ଖୋଜାଖୋଜି କରିବା ପରେ ପରିବାର ଲୋକ ପୋଲିସରେ ଖବର ଦେଇଥିଲେ ।

ଖବର ପାଇବା ପରେ ପୋଲିସ ତୁରନ୍ତ ଆକ୍ଟିଭ ହୋଇଥିଲା  । ଭୋପାଲ ଏସପି ସାଇ ଥୋଟା ପରିବାରଠାରୁ ପିଲାର ନମ୍ବର ନେଇଥିଲେ ଏବଂ ମେସେଜ କରିଥିଲେ । ଏସପି ପରିଚୟ ଅଜଣା ରଖି ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବା ସହ ବନ୍ଧୁତା କରିଥିଲେ । କଥାବାର୍ତ୍ତାରେ ଏସପି ପିଲାଠାରୁ ତାର ଲୋକେସନ ଜାଣିନେଇଥିଲେ । ଏହି ସମୟ ମଧ୍ୟରେ ସେ ନୀମଚ ପହଞ୍ଚିଯାଇଥିଲା । ପୋଲିସ ସେଠାକାର ରେଲୱେ ପୋଲିସକୁ ସୂଚନା ଦେବା ସହ ପିଲାକୁ ଧରିଥିଲେ । ମନୋବଜ୍ଞାନିକ ଚିକିତ୍ସକ ଡ.ସୁମିତ ରାୟ କହିଛନ୍ତି ଏହିଭଳି ଅନଲାଇନରେ ଡୁବି ରହୁଥିବା ପିଲା ତଥା ଲୋକଙ୍କୁ ବାସ୍ତବିକ ଦୁନିଆଠାରୁ ଦୂରେଇ ରୁହନ୍ତି । ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ ନିକଟରେ ଏହିଭଳି ଅନଲାଇନ ଗେମିଙ୍ଗ କରିବାକୁ ମାନସିକ ରୋଗ ବୋଲି କହିଛି ।

Get real time updates directly on you device, subscribe now.