fbpx

ପ୍ରେମିକାର ବାରିପଟେ ପ୍ରେମିକର ମୃତଦେହ; ଫୋନ କରି ଡାକିଥିଲେ ଯୁବତୀ, ହତ୍ୟା ଅଭିଯୋଗ

Advertisement

ସମ୍ବଲପୁର,(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲା ଯୁଯୁମରା ଥାନା ଖଇରମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜୁନ ୧୯ରେ ବିବାହ ସ୍ଥିର ହୋଇଥିବାବେଳେ ଦୁଇଦିନ ପୂର୍ବରୁ ଗୁରୁବାର ପ୍ରେମିକ ଅଶୋକ ସାହୁ (୩୨) ଙ୍କ ମୃତଦେହ ପ୍ରେମିକାର ଘର ବାରିପଟୁ ପୋଲିସ ଜବତ କରିଛି। ଅଶୋକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ବଡଭାଇ ସରୋଜ ଅଭିଯୋଗ କରିଛନ୍ତି। ଯୁବତୀ ଜଣଙ୍କ ଅଶୋକଙ୍କୁ ଘରକୁ ଡାକି ପରିବାର ସହ ମିଶି ହତ୍ୟା କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେଣୁ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି। ପୋଲିସ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୋଲିସ ପ୍ରେମିକା, ତାଙ୍କ ଭାଇ ଓ ମାଆଙ୍କୁ ପୋଲିସ ଅଟକ ରଖିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି, ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛି। ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି। ସରୋଜଙ୍କ ଅଭିଯୋଗ କ୍ରମେ ପ୍ରାୟ ୫ବର୍ଷ ହେବ ଅଶୋକ ଓ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ସମ୍ପର୍କରେ ଉଭୟ ପରିବାର ଅବଗତ ଥିଲେ। ଯୁବତୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିବାରୁ ଅଶୋକ ଚିନ୍ତାରେ ଥିଲେ। ବୁଧବାର ଯୁବତୀ ଜଣକ ଫୋନ କରି ଅଶୋକଙ୍କୁ ଡାକିଥିଲେ।

Get real time updates directly on you device, subscribe now.