ବ୍ରହ୍ମପୁତ୍ର ଏକ୍ସପ୍ରେସରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ଟ୍ରେନ ଦୁର୍ଘଟଣା ବା ଟ୍ରେନରେ ନିଆଁ ଲାଗିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଲାଣି । କେଉଁଠି ନା କେଉଁଠି ଟ୍ରେନ ସହ ଜଡ଼ିତ ସମସ୍ୟା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଆସାମର ବ୍ରହ୍ମପୁତ୍ର ଏକ୍ସପ୍ରେସରେ ନିଆଁ ଲାଗିଛି ।

କଚ୍ଛାରର ବିହରା ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ସ୍ଲିପର କୋଚରେ ନିଆଁ ଲାଗିଥିବାରୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଲୱେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ ।