fbpx

ଆସନ୍ତା କାଲିଠାରୁ ସିଲ୍‌ ହେବ ବ୍ରହ୍ମପୁର ସହର, କଣ ଖୋଲିବ ଓ ବନ୍ଦ ରହିବ ଜାଣନ୍ତୁ

ବ୍ରହ୍ମପୁର, ୧୩/୭(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ରୋକିବାକୁ ଆସନ୍ତା କାଲିଠାରୁ ବ୍ରହ୍ମପୁର ସହରକୁ ସିଲ୍‌ କରାଯିବ।  ବିଭିନ୍ନ ପର୍ଯ୍ୟାୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ। ସକାଳ ୫ଟାରୁ ୧୦ଟା ଯାଏ ପନିପରିବା ଓ ଫଳ ଦୋକାନ, ଦିନ ୧୧ଟାରୁ ୪ଟା ଯାଏ  ତେଜରାତି ଓ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ସେହିପରି ସକାଳ ୫ରୁ ଦିନ ୪ଟା ଯାଏ ଖୋଲିବ ବୈଦ୍ୟୁତିକ ଓ ଘରୋଇ ସାମଗ୍ରୀ ଦୋକାନ । କେବଳ ଔଷଧ ଦୋକାନ୨୪ ଘଣ୍ଟା ଯାକ ଖୋଲିଯାଇପାରିବ ।

ଏହାସହ କେବଳ ଜରୁରୀ କାର୍ଯ୍ୟରେ ଗାଡ଼ି ବ୍ୟବହାର କରାଯାଇ ପାରିବ । ସର୍ବାଧିକ ପ୍ରଭାବିତ ୧୦ଟି ୱାର୍ଡରେ କେବଳ ମାଲ ପରିବହନ ଗାଡ଼ି ଚାଲିବ । ତେଣୁ ସହରରେ ୨ ଡିଏସ୍‌ପି ଓ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଜରୁରୀ ନଥାଇ ବୁଲିଲେ ଗାଡ଼ି ଜବତ କରାଯିବା ସହ ଜୋରିମାନା  ମଧ୍ୟ ଆଦାୟ କରାଯିବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.