fbpx

ସୁଡ଼ଙ୍ଗ ଜରିଆରେ ଆତଙ୍କୀ ଅନୁପ୍ରେବଶ ଉପରେ ଲାଗିବ ବ୍ରେକ୍, ଏବେ ଟନେଲ୍ ଖୋଜିବ ଆଡଭାନ୍ସ ସିଷ୍ଟମ

ପାକିସ୍ତାନ ସହ ସଂଲଗ୍ନ ଅନ୍ତରାଷ୍ଟ୍ରୀୟ ସୀମା ଦ୍ୱାର ଆତଙ୍କୀ ଅନୁପ୍ରବେଶକୁ ରୋକିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହୋଇଛନ୍ତି । ଆତଙ୍କବାଦୀଙ୍କ ସବୁ ପ୍ରୟାସକୁ ପଣ୍ଡ କରିବା ପାଇଁ କେନ୍ଦ୍ର ସରକାର ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରେ ୟୁଏଭି, ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜୀ ସହ ଭୂମି ତଳେ ଥିବା ସୁଡ଼ଙ୍ଗକୁ ଖୋଜିବାକୁ ଟନେଲ ଡିଟେକ୍ସନ ସିଷ୍ଟମର ସାହାରା ନେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଅନେକ ଦିନରୁ ଦେଖାଯାଉଛି ଯେ ପାକିସ୍ତାନ ସହ ସଂଲଗ୍ନ ଜମ୍ମୁ ଏବଂ ପଞ୍ଜାବ ସୀମା ଆତଙ୍କୀ ଅନୁପ୍ରବେଶ ପାଇଁ ଆତଙ୍କବାଦୀମାନେ ସୁଡ଼ଙ୍ଗର ବ୍ୟବହାର କରୁଛନ୍ତି । ନିକଟରେ ଜମ୍ମୁ ଏବଂ ପଞ୍ଜାବ ସୀମାରୁ ଅନେକ ସୁଡ଼ଙ୍ଗ ମଧ୍ୟ ଠାବ ହୋଇଥିଲା  । ଯାହାକୁ ଖୋଜିବା ସହଜ ନୁହେଁ କାରଣ ଦେଶରେ ଟନେଲ ଖୋଜିବା ଭଳି ଜ୍ଞାନକୌଶଳ ନାହିଁ ।

ତେବେ ଗୁରୁବାର ଦିଲ୍ଲୀରେ ସୁରକ୍ଷା ଏଜେନ୍ସି ସହ ଏକ ବଡ ବୈଠକରେ ପାକିସ୍ତାନ ସୀମାରୁ ଅନୁପ୍ରବେଶକୁ ରୋକିବା ସହ ଡ୍ରଗ୍ କାରବାରକୁ ରୋକିବା ପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକର ଉଦ୍ଦେଶ୍ୟ ସମଗ୍ର ବିଶ୍ୱରେ ଟନେଲ୍ ଡିଟେକସନ ସିଷ୍ଟମର ସାମ୍ପ୍ରତିକ ସ୍ଥିତି ଏବଂ ଏହା ସହ ଜଡିତ ସର୍ବୋତ୍ତମ ଟେକ୍ନୋଲୋଜିର ବ୍ୟବହାର ବିଷୟରେ ଆଲୋଚନା କରିବା  । ଫଳରେ ଯେଉଁ ଦେଶରେ ଏହାର ଟେକ୍ନୋଲୋଜୀ ରହିଛି ତାଙ୍କ ଠାରୁ କିଣି ନିୟୋଜିତ କରିବା ନେଇ ଆଲୋଚନା ହୋଇଥିଲା । କେବଳ ସେତିକି ନୁହେଁ ବୈଠକରେ ସୀମାରେ ବଡ଼ ମାତ୍ରାରେ ଆଣ୍ଟି ଡ୍ରୋନ ଡ୍ରୋନ ନିୟୋଜିତ ପାଇଁ ମଧ୍ୟ ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.