ନୂଆଦିଲ୍ଲୀ: ଆଇପିଏଲ-୨୦୨୨ ମେଗା ଅକ୍ସନକୁ ଆଉ ମାତ୍ର କେଇଟା ଦିନର ଅପେକ୍ଷା । ବାଙ୍ଗାଲୋରରେ ଆଇପିଏଲ ପାଇଁ ହେବ ପ୍ରଥମ ପ୍ରସ୍ତୁତି । ଏବେ ଖେଳାଳିମାନଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି ସମସ୍ତ ଦଳ । ଯାହାକୁ ଦେଖି ବାଙ୍ଗାଲୋରରେ ହେବ ନିଲାମ ପ୍ରକ୍ରିୟା । ଏହି ସମୟରେ ସମସ୍ତଙ୍କ ନଜରକୁ ଆସିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଖେଳାଳି ଡ୍ୱେନ ବ୍ରାଭୋ । ୩୮ ବର୍ଷ ବୟସରେ ମଧ୍ୟ କମାଲ ଦେଖାଉଛନ୍ତି ୱେଷ୍ଟଇଣ୍ଡିଜର ଏହି ଅଲରାଉଣ୍ଡର ।
ବାଂଲାଦେଶ ପ୍ରିମିୟର ଲିଗରେ ଜବରଦସ୍ତ ବୋଲିଂ ପ୍ରର୍ଦାନ ଜାରି ରଖିଛନ୍ତି ଚମ୍ପିଆନ ବ୍ରାଭୋ । ଖୁଲନା ଟାଇଗର୍ସ ବିପକ୍ଷ ମ୍ୟାଚରେ ବ୍ରାଭୋଭ୍କ ସୁନ୍ଦର ବୋଲିଂ ଯୋଗୁଁ ୬ ରନରେ ବିଜୟ ହାସଲ କରିପାରିଛି ଫର୍ଚ୍ୟୁନ ବାରିଶଲ । ବ୍ୟାଟିଂରେ ସାମାନ୍ୟ ନିରାଶ କରିଥିବା ବ୍ରାଭୋ କିନ୍ତୁ ନିଜ ବୋଲିଂ ଶୈଳୀରେ ସାମନା ଦଳକୁ ଚକମା ଦେଇଥିଲେ । ୪ ଓଭରରେ ୪୦ ରନ ବିନିମୟ କରି ୩ଟି ମୂଲ୍ୟବାନ ୱିକେଟ ଅକ୍ତିଆର କରିଥିଲେ ବ୍ରାଭୋ । ଏହା ସହିତ ବ୍ରାଭୋ ଫର୍ଚ୍ୟୁନ ବାରିଶଲ ତରଫରୁ ସର୍ବାଧିକ ୱିକେଟ ନେଇଥିବା ବୋଲର ବନିଛନ୍ତି । କେବଳ ସେତିକି ନୁହେଁ, ଟୁର୍ଣ୍ଣାମେଣ୍ଟର ଟପ ୫ ବୋଲର ତାଲିକାରେ ମଧ୍ୟ ବ୍ରାଭୋଭ୍କ ନାମ ସାମିଲ ହୋଇଛି । ତେବେ ଏହି ପ୍ରଦର୍ଶନ ପରେ ଆଇପିଏଲର ସବୁ ଦଳ ବ୍ରାଭୋଙ୍କୁ ଟାର୍ଗେଟ କରି ପାରନ୍ତି । ବିଶେଷ କରି ତାଙ୍କର ପୂର୍ବତନ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ବ୍ରାଭୋଙ୍କୁ ପୁଣଇ ଥରେ ଦଳରେ ସାମିଲ କରିବା ପାଇଁ ଚେଷ୍ଟା କରିବ । ମେଗା ଅକ୍ସନ ପାଇଁ ବ୍ରାଭୋ ନିଜ ବେସ ପ୍ରାଇସ ୨କୋଟି ରଖିଛନ୍ତି । ତେବେ ତାଙ୍କର ଏହି ପ୍ରଦର୍ଶନର ମୂଲ୍ୟ ଏହାର ଆହୁରି ଅନେକ ଗୁଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।