fbpx

ଜଙ୍ଗଲ ନିଆଁ: ବର୍ଷକରେ ମାରିଲାଣି ୧.୭ କୋଟି ପଶୁ

ନୂଆଦିଲ୍ଳୀ:ଜଳବାୟୁରେ ବିପଜ୍ଜନକ ପରିବର୍ତ୍ତନ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି । ବନ୍ୟା,ମରୁଡ଼ି ସହ ଜଙ୍ଗଲ ନିଆଁରେ କେବଳ ମଣିଷ ନୁହେଁ ବନ୍ୟପ୍ରାଣୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ୨୦୨୦ରେ କେବଳ ବ୍ରାଜିଲରେ ହୋଇଥିବା ବ୍ୟାପକ ଜଙ୍ଗଲ ନିଆଁରେ ଅନେକ ଜୀବଜନ୍ତୁ ଦଗ୍ଧ ହୋଇଛନ୍ତି । ଏହି ସଂଖ୍ୟା ୧.୭ କୋଟିରୁ ଅଧିକ ହେବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି ।

ନିକଟରେ ସାଇଣ୍ଟିଫିକ ରିପୋର୍ଟ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବ୍ରାଜିଲରେ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ମାନବଜନିତ କାର୍ଯ୍ୟକଳାପ । ଏଥିଯୋଗୁଁ ଅନେକ ଅଞ୍ଚଳରେ ଭୟଙ୍କର ମରୁଡ଼ି ଦେଖାଦେଇଛି । ଜଙ୍ଗଲରେ ନିଆଁ ମଧ୍ୟ ମଣିଷକୃତ କାର୍ଯ୍ୟର ପରିଣାମ । ଏଥିପାଇଁ ବହୁସଂଖ୍ୟାରେ ସରିସୃପଙ୍କ ସମେତ ୧.୭ କୋଟିରୁ ଉଦ୍ଧ୍ୱର୍ ବନ୍ୟପ୍ରାଣୀଙ୍କ ଜୀବନ ଯାଇଛି । ଫଳରେ ଜୈବ ବିବିଧତା ଭୟଙ୍କର ଭାବେ ପ୍ରଭାବିତ ହୋଇଛି ।

Get real time updates directly on you device, subscribe now.