fbpx

ପାର୍ବଣରେ ସୁନା ଓ ରୁପାର ଦରରେ ଲାଗୁନି ବ୍ରେକ : ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଆଜିର ଦର

Advertisement

ଭୁବନେଶ୍ୱର : ପାର୍ବଣରେ ଚିନ୍ତା ବଢାଉଛି ସୁନା ଦର । ଆଗକୁ ଗଜଲକ୍ଷ୍ମୀ ପୂଜା ଆସୁଥିବା ବେଳେ ଅନେକ ଗ୍ରାହକ ସୁନା କିଣିବା ପାଇଁ ବହୁତ ଇଚ୍ଛୁକ ଥିଲେ । କିନ୍ତୁ ଏହି ସୁନା ଦର ଗ୍ରାହକଙ୍କ ମନରେ ସଙ୍କୋଚ ଆଣି ଦେଇଛି । ତେବେ ନଜର ପକାନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ସୁନାର ମୂଲ୍ୟ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୬,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୬୧,୮୦୦ଟଙ୍କା ରହିଛି ।

ଠିକ ସେହିଭଳି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବି ୨୨ କ୍ୟାରଟେ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୬,୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୧,୮୦୦ ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି । ତେବେ ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନାର ମୂଲ୍ୟରେ ପରିବର୍ତ୍ତନ ଆସିଛି । ମୁମ୍ବାଇରେ ବି ୨୨ କ୍ୟାରେଟ ସୁନାର ଦର ଓ ୨୪ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୬,୬୫୦ ଟଙ୍କା ଓ ୬୧,୮୦୦ଟଙ୍କା ହୋଇଛି ।

ତେବେ ନୂଆଦିଲ୍ଲୀରେ ବି ୨୨ କ୍ୟାରେଟ ସୁନାର ଦର ଓ ୨୪ କ୍ୟାରେଟ ସୁନାର ଦର ଯଥାକ୍ରମେ ୫୬,୮୦୦ ଟଙ୍କା ଓ ୬୧,୯୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୬,୫୫୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୧,୬୯୦ଟଙ୍କା ଥିବାର ରେକର୍ଡ କରାଯାଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ବି ଏହାର ମୂଲ୍ୟ ଯଥାକ୍ରମେ ୫୬,୬୫୦ ଟଙ୍କା ଓ ୬୧,୮୦୦ଟଙ୍କା ରହିଛି । ସେହିଭଳି ରୁପାର ଦର ବି ଦିନକୁ ଦିନ ବଢିବାରେ ଲାଗୁଛି । ଆଜି ରୁପାରର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୪,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.