fbpx

ଲୁଟେରି ଦୁଲହନ୍ ! ବାହାହେବା ପୂର୍ବରୁ ବରକୁ ଲୁଟି ଚମ୍ପଟ ମାରିଲା କନିଆ, ଚାଲିଥିଲା ‘ବାବୁ’, ‘ସୋନା’, ‘ପୁଚୁ’….

ଲକ୍ଷ୍ନୌ,୧୮ ।୧: ସାଧାରଣତଃ ପୁଅମାନେ ଝିଅମାନଙ୍କୁ ଠକି ବିବାହ ପରେ ଟଙ୍କା ଓ ସୁନା ନେଇ ଫେରାର୍ ମାରିବା ଘଟଣା ତ ଆପଣମାନେ ବହୁତ ଶୁଣିଥିଲେ । କିନ୍ତୁ କୌଣସି ଝିଅ ନିଜ ବରକୁ ଲୁଟିଥିବା ଘଟଣା ବହୁତ କମ୍ ଘଟିଥିବ । ସେହିପରି ନିକଟରେ ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ କନିଆ ବାହାଘର ପୂର୍ବରୁ ଭାବିସ୍ୱାମୀଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରି ଚମ୍ପଟ ମାରିଛି । ଏହି ଆଶ୍ଚର୍ଯ୍ୟକର ଘଟଣା ୟୁପିର ଲକ୍ଷ୍ନୌ ସହରରେ ଘଟିଯାଇଛି, ଯେଉଁଠି ମନୋଜ ଅଗ୍ରୱାଲ ନାମକ ଗଣେ ବ୍ୟକ୍ତି ଠକି ଘରେ କଳାକନା ବୁଲାଇ ଭାବିପତ୍ନୀ ଫେରାର୍ ହୋଇଛି ।

ତେବେ ମନୋଜଙ୍କର ଡିସେମ୍ବର ୧୬ରେ ବାହାଘର ହେବାର ଥିଲା । ମାଟ୍ରିମୋନିଆଲ୍ ୱେବସାଇଟ୍ ‘ଜୀନ୍ ସାଥି ଡଟ୍ କମ୍’ ମାଧ୍ୟମରେ ଅଗଷ୍ଟ ୧୫ରେ ପ୍ରିୟଙ୍କା ସିଂହ ନାମକ ଜଣେ ଝିଅ ସହିତ ମନୋଜ କଥା ହୋଇଥିଲେ । କଥାବାର୍ତ୍ତା ଆରମ୍ଭ ହେବା ପରେ ଦୁହେଁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେହି ସମୟରେ ଯୁବତୀ ଜଣକ କହିଥିଲେ ଯେ ସେ ବିହାରର ଓ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଯାଇଛି । ଆଉ ସେ ମାଉସୀଙ୍କ ସହ ଦିଲ୍ଲୀରେ ରହି ପଢ଼ନ୍ତି । ଅଭିଯୋଗ ଅନୁଯାୟୀ, ମନୋଜଙ୍କ ପରିବାର ସଦସ୍ୟ ଏବଂ ପ୍ରିୟଙ୍କାଙ୍କ ମାଉସୀ ବୁଝାମଣା କରି ସେମାନଙ୍କ ବାହାଘର ଠିକ୍ କରିଥିଲେ । ଯୁବତୀ ଜଣକ ନିଜକୁ IAS ପାଇଁ ପ୍ରସ୍ତୁତ ହେବା କହି ମନୋଜଙ୍କଠାରୁ ଅଳ୍ପ ଅଳ୍ପ କରି ଟଙ୍କା ନେବାରେ ଲାଗିଲା । ଏମିତି କି ମନୋଜ ଘର କରିବା ପାଇଁ ରଖିଥିବା ୬ ଲକ୍ଷ ଟଙ୍କା ସେହି ଯୁବତୀଙ୍କୁ ଦେଇଥିଲେ ।

ବାହାଘର ତାରିଖ ଠିକ୍ ହେବା ପରେ ମନୋଜ ପ୍ରିୟଙ୍କାଙ୍କୁ ଫ୍ଲାଇଟ୍ ଖର୍ଚ୍ଚ ଦେଇ ଲକ୍ଷ୍ନୌ ଡାକଇଥିଲେ ଓ ୨ ଲକ୍ଷର ସପିଂ କରାଇଥିଲେ କିନ୍ତୁ ଏହି ଘଟଣା ପରେ ପ୍ରିୟଙ୍କା ଓ ତାଙ୍କ ମାଉସୀଙ୍କ ନମ୍ବର ଆଉ ଲାଗିନଥିଲା । ଯାଞ୍ଚ ପରେ ଜଣାପଡିଥିଲା ଯେ, ଦୁହିଁଙ୍କ ନକଲି ଆଧାରକାର୍ଡ ଦିଆଯାଇଥିଲା । ଏନେଇ ମନୋଜ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଖୋଳତାଡ ଜାରି ରଖିଛି ।

Get real time updates directly on you device, subscribe now.