fbpx

Indian Army ବଢିଲା ଗୌରବ: ଭାରତୀୟ ସେନାରେ ଇଂରେଜ ପରମ୍ପରାରେ ପଡିଲା ଯବନିକା

Advertisement

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଚାଲୁଥିବା ବିଭିନ୍ନ ପୁରୁଣା ପରମ୍ପରା ଉପରେ ରୋକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ ସେନା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶ ପରେ ଇଂରେଜ ଶାସନର ଅନେକ ପ୍ରଥାକୁ ବନ୍ଦ କରିବା ପାଇଁ ଆର୍ମି ପ୍ରସ୍ତୁତ ହୋଇଛି । ତେବେ ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରଥା ପ୍ରଚଳନ ଏବଂ ପରମ୍ପରାକୁ ଶେଷ କରିବା ପାଇଁ ଭାରତୀୟ ସେନା ନିଜ ୟୁନିଟ୍ସ ଗୁଡିକୁ ନିର୍ଦ୍ଦେଶ ଦେଇଛି । ଇଂରେଜର ଏଭଳି କିଛଇ ପରମ୍ପରା ଦେଶରୁ ହଟିବା ପରେ ଭାରତୀୟ ସେନା ନୂଆ ଇଣ୍ଡିଆ ପରି ଚମକି ଉଠିବ ।

ମିଳିଥିବା ସୂଚନା ଅନୁସାରେ, ଭାରତୀୟ ସେନା କାର୍ଯ୍ୟକ୍ରମରେ ଚାଲୁଥିବା ବାଘୀର ବ୍ୟବହାର, ରିଟାୟାରମେଣ୍ଟରେ ପୁଲିଙ୍ଗ ଆଉଟ ସେରିମୋନୀ ଏବଂ ଡିନର ସମୟରେ ପାଇପର୍ସ ବ୍ୟାଣ୍ଡର ଉପଯୋଗ ଉପରେ ରୋକ ଲଗାଇବାକୁ ଯାଉଛି ଇଣ୍ଡିଆନ ଆର୍ମି । ନିର୍ଦ୍ଦେଶରେ କୁହାଯାଇଛି ଯେ, ଆନୁଷ୍ଠାନିକ କାର୍ଯ୍ୟ ପାଇଁ ୟୁନିଟ ଗଠନରେ ବାଘୀ ବ୍ୟବହାର ବନ୍ଦ ହୋଇଯିବ । ତେବେ ଏଥିପାଇଁ ବ୍ୟବହାର ହେଉଥିବା ଘୋଡାଗୁଡିକୁ ଏବେ ତାଲିମ ପାଇର୍ ଉପଲବ୍ଧ କରାଯିବ । କିଛି ୟୁନିଟର ଇଂରେଜ ନାମ, ବିଲଡିଙ୍ଗ, ପ୍ରତିଷ୍ଠାନ, ରାସ୍ତା, ପାର୍କ ଇତ୍ୟାଦି ସଂସ୍ଥାର ନାମ ପରିବର୍ତ୍ତନ ପାଇଁ ମଧ୍ୟ ଆଲୋଚନା ଜାରି ରହିଛି । ତେବେ ଏ ସମ୍ପର୍କରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ମଧ୍ୟ କରାଯାଇଛି ।

ସେନା ଅଧିକାରୀ କହିଛନ୍ତି ଯେ, ପାଇପର୍ସ ବ୍ୟାଣ୍ଡ ମାତ୍ର କିଛଇ ସ୍ଥଳସେନା ମଧ୍ୟରେ ହିଁ ସାମିଲ ରହିଛି । ଏହାଛଡା ରାତ୍ରଭୋଜନ ସମୟରେ ଏହାର ବ୍ୟବହାର ମଧ୍ୟ ଖୁବ ସୀମିତ । ଅନେକ ୟୁନିଟ ନିକଟରେ ପାଇପର୍ସ ବ୍ୟାଣ୍ଡ ନଥିବାରୁ ଏସବୁ ଉପରେ ରୋକ ଲଗାଇବା ପାଇଁ ଆଲୋଚନା କରାଯାଉଛି । ପ୍ରଧାନମନ୍ତ୍ରୀ ଲେଶକମାନଙ୍କୁ ପାଳନ କରିବା ପାଇଁ କହିଥିବା ଏସବୁ ପୁରୁଣା ପ୍ରଥା ଓ ପରମ୍ପରାକୁ ବନ୍ଦ କରାଯାଇପାରେ ।

Get real time updates directly on you device, subscribe now.