fbpx

ଯାହା କଲେ ବି ଅର୍ଥାଭାବ ଲାଗିରହୁଛି, ତେବେ ସହଜ ଉପାୟ ଆପଣାନ୍ତୁ ଦୂର ହେବ ସମସ୍ୟା

ଓଡିଶା ଭାସ୍କର: ଦୈନନ୍ଦିନ ଜୀବନରେ ଝାଡୁର ଆବଶ୍ୟକତା ରହିଛି । ଘର ଓଳେଇବା କାମରେ ଝାଡୁ ଲାଗୁଥିବା ସମସ୍ତେ ଭାବନ୍ତି । କିନ୍ତୁ ଅନେକଙ୍କୁ ଜଣା ନାହିଁ, ଝାଡୁ ମଧ୍ୟ ଆପଣଙ୍କୁ ଆଣିଦେବ ସୌଭାଗ୍ୟ । ହୁ ହୁ ହୋଇ ବଢିଚାଲିବ ସମ୍ପତ୍ତି । ଝାଡୁ ମହାଲକ୍ଷ୍ମୀଙ୍କୁ କରିଥାଏ ସନ୍ତୁଷ୍ଟ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଝାଡୁ ଘରେ ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ କରେ ।

ବାସ୍ତୁଶାସ୍ତ୍ରରେ ଝାଡୁକୁ ବହୁ ମହତ୍ୱ ଦିଆଯାଇଥାଏ । ଝାଡୁର ଅନାଦାର ଲକ୍ଷ୍ମୀଙ୍କ ଅନାଦାର ବୋଲି କୁହାଯାଏ । ଏଥିସହ ଝାଡୁ ଆସୁରଙ୍କ ଗୁରୁ ଶୁକ୍ରଙ୍କ ସହ ଜଡିତ ବୋଲି ବିଶ୍ୱାସ କରାଯାଏ । ଝାଡୁ ସହ ଘରକୁ ଅର୍ଥ ଆଗମନ ସହ ମଧ୍ୟ ଯୋଡିଦେଖନ୍ତି ବାସ୍ତୁବିତ୍ । ସେଥିପାଇଁ ଝାଡୁ ରଖିବାର ରହିଛି ବିଶେଷ ପ୍ରଣାଳୀ ।

କୁହାଯାଏ, ଝାଡୁ ଧନ ସମ୍ପତି ସହ ଜଡିତ ଥିବାରୁ ଧନକୁ ଲୁଚେଇ ରଖିବା ପରି ଝାଡୁକୁ ମଧ୍ୟ ଲୁଚାଇ ରଖିବା ଦରକାର । ଯେଉଁ ଘରେ ଝାଡୁକୁ ଏଣେତେଣେ ସମସ୍ତଙ୍କ ଆଖିରେ ପଡିବା ସ୍ଥାନରେ ରଖାଯାଏ, ସେହିଘର ଉପରେ ଧନଦାତ୍ରୀଙ୍କ କୋପଦୃଷ୍ଟି ପଡିଥାଏ ।

ଝାଡୁ ରଖିବା ବେଳେ ବିଶେଷ ଧ୍ୟାନ ଦେବା ଜରୁରୀ କି,ଏହା ଯେମିତି ସିଧା, ଠିଆହେବା ଅବସ୍ଥାରେ ନ ରହେ । ଝାଡୁକୁ ସର୍ବଦା ଶୁଆଇ ରଖିବା ଉଚିତ ।

ଘରର ଦକ୍ଷିଣ- ପଶ୍ଚିମ କୋଣ ହେଉଛି ଲକ୍ଷ୍ମୀଙ୍କ ଦିଗ । ତେଣୁ ଝାଡୁକୁ ଏହି କୋଣରେ ରଖନ୍ତୁ, ଘରକୁ ଧନର ଆଗମନ ହେବ ।

 

Get real time updates directly on you device, subscribe now.