fbpx

ପିପିଲି-ନିମାପଡ଼ା ଓଭରବ୍ରିଜ୍ ଉପରୁ ୧ କୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଫସିଛି ବ୍ରାଉନସୁଗାର ଡିଲର । ଡିଲର ପାଖରୁ ୧ କେଜି ୪୮ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟତଃ ୧ କୋଟି ଟଙ୍କାରୁ ଅଧିକ ହେବ । ପିପିଲି-ନିମାପଡ଼ା ଓଭର ବ୍ରିଜ୍ ଉପରେ ଡିଲ୍ କରୁଥିବା ବେଳେ ଧରିଛି ପୋଲିସ ।

ଏହି ମାମଲାରେ ଅଭିଯୁକ୍ତ ଇମତାଜ ଖାନଙ୍କୁ ଗିରଫ କରିଛି ଏସଟିଏଫ୍ । ତେବେ ୨୦୨୦ରୁ ଆଜି ସୁଦ୍ଧା ୩୫ କେଜି ବ୍ରାଉନସୁଗାର ଜବତ କରିସାରିଛି ଏଓଟିଏଫ୍ ।

Get real time updates directly on you device, subscribe now.