କୋଠା ଭୁଶୁଡ଼ି ୨ଜଣଙ୍କର ଚାଲିଗଲା ପ୍ରାଣ, ୧୨ ଆହତ
ନିର୍ମାଣଧୀନ କୋଠା ଭୁଶୁଡ଼ିବାରୁ ୭ବର୍ଷର ଶିଶୁ ରାଧିକାଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି ।
ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡୀ ସ୍ଥିତ କୌଶିକ ଏନକ୍ଲେଭରେ ଏକ ନିର୍ମାଣଧୀନ ୪ ମହଲା କୋଠା ଭୁଶୁଡ଼ି ପଡିଛି । ରିପୋର୍ଟ ମୁତାବକ, ଏହି ଦୁର୍ଘଟଣାରେ ଜଣେ ୭ ବର୍ଷୀୟ ଶିଶୁ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ଭଗ୍ନାବଶେଷ ତଳେ ଅନେକ ଲୋକେ ଫସିରହିଛନ୍ତି ବୋଲି କୁହାଯାଉଛି ।
୫ ଜଣଙ୍କ ଅବସ୍ଥା ଗୁରୁତର: ୧୨ଜଣଙ୍କୁ ବୁରାଡି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରୁ ୫ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି ।
କୋଠା ଭୁଶୁଡିବାର ଖବର ପାଇ ଉଦ୍ଧାରୀକାରୀ ଦଳ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।