ବୁଲଗାରିଆର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏପରି କ’ଣ କହିଲେ, ଯାହା ଭାଇରାଲ ହେବାରେ ଲାଗିଛି

ନୂଆଦିଲ୍ଲୀ: ବୁଲଗାରିଆ ରାଷ୍ଟ୍ରପତି ରୁମେନ ରାଦେବ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭାରତୀୟ ନୌସେନା ରୁଏନ ଜାହାଜ ସହ ୭ଟି ବୁଲଗାରିଆ ନାଗରିକଙ୍କୁ ସୋମାଲୀ ଡାକୁମାନଙ୍କ କବଳରୁ ମୁକ୍ତ କରିଛନ୍ତି । ଭାରତର ଏହି ପଦକ୍ଷେପରେ ବୁଲଗାରିଆଇ ଲୋକ ପ୍ରସନ୍ନ ହୋଇଛନ୍ତି ଏବଂ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।

ରୁମେନ ରାଦେବ ସୋସିଆଲ ମିଡିଆ ଏକ୍ସରେ ଭାରତ ପ୍ରତି କୃତଜ୍ଞତା ଜଣାଇ ଲେଖିଛନ୍ତି ଯେ, ଅପହରଣ କରାଯାଇଥିବା ବୁଲଗାରିଆଇ ଜାହାଜ ରୁଏନ ଏବଂ ୭ ଜଣ ବୁଲଗାରିଆ ନାଗରିକଙ୍କ ସମେତ ତାଙ୍କ ଜାହାଜ ଚାଳକ ଟିମଙ୍କୁ ଉଦ୍ଧାର କରିଥିବାରୁ ଭାରତୀୟ ନୌସେନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହାସିକତା ପାଇଁ ମୋର କୃତଜ୍ଞତା ବୋଲି କହିଛନ୍ତି ।

ଗତବର୍ଷ ଡିସେମ୍ବର ମାସରେ ସୋମାଲୀ ଡାକୁମାନେ ରୁଏନ ଜାହାଜର ଅପହରଣ କରିନେଇଥିଲେ । ଡାକୁମାନେ ଏହି ଜାହାଜକୁ ଯେବେ ନିଜ କବଳରେ ନେଇଥିଲେ, ସେହି ସମୟରେ ଜାହାଜରେ ପାଖାପାଖି ୧୭ ଲୋକ ଉପସ୍ଥିତ ଥିଲେ । ଏଥିରେ ମିଆଁମାରର ସର୍ବାଧିକ ୯ ଜଣ ନାଗରିକ ସାମିଲ ଥିଲେ । ଏହା ବ୍ୟତୀତ ଜାହାଜର କ୍ରୁରେ ବୁଲଗାରିଆର ୭ ଜଣ ଏବଂ ଆଙ୍ଗୋଲିଆର ଜଣେ ନାଗରିକ ଉପସ୍ଥିତ ଥିଲେ ।