fbpx

ଦିଲ୍ଲୀରେ ପୁଣି ଫେରିଲା ଶଗଡ ଗାଡି, ନଜର ଆସିଲା ୧୯୫୦ ଦଶକର ଦୃଶ୍ୟ

ନୂଆଦିଲ୍ଲୀ,୧୫ ।୪: କରୋନା ଭାଇରସ୍ ଯୋଗୁଁ ଲାଗୁ ହୋଇଥିବା ଲକ୍-ଡାଉନ୍ କାରଣରୁ ଜନସାଧାରଣ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏଭଳି ପରିସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରର ଅନୁମତି ମିଳିଛି ସତ, କିନ୍ତୁ ଯାନବାହନ ସହଜରେ ଉପଲବ୍ଧ ହେଉନାହିଁ । ଏନେଇ ଦିଲ୍ଲୀର ଚାନ୍ଦନୀ ଚୌକର ଥାକେ ବଜାରରୁ ଯମୁନାପାର ସାମଗ୍ରୀ ଆଣିବାକୁ ଶଗଡ ଗାଡିର ବ୍ୟବହାର କରାଯାଉଛି । ଏହି କାରଣରୁ ୧୯୫୦-୬୦ ଦଶକର ଦୃଶ୍ୟ ପୁଣି ଥରେ ଦିଲ୍ଲୀ ରାସ୍ତାରେ ଦେଖିବାକୁ ମିଳିଛି, କାରଣ ସେହି ସମୟରେ ଶଗଡ ଗାଡି ପରିବହନ ପାଇଁ ବ୍ୟବହୃତ ହେଉଥିଲା । ଏହି ଶଗଡ ଗାଡିରେ ଚାଉଳ-ଡାଲି ଇତ୍ୟାଦି ରାସନ ସାମଗ୍ରୀ ଯୋଗାଇଦିଆଯାଉଛି ।

ତେବେ କେନ୍ଦ୍ର ସରକାର ୧୪ ଏପ୍ରିଲରୁ ପୁଣି ଥରେ ୧୯ ଦିନ ପାଇଁ ଲକ୍ –ଡାଉନ୍ ପାଇଁ ଘୋଷଣା କରିଛନ୍ତି । ସାର୍ବଜନୀକ ପରିବହନକୁ ନେଇ ମଧ୍ୟ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସରକାର ।

Get real time updates directly on you device, subscribe now.