fbpx

ଭାରସାମ୍ୟ ହରାଇ ଘାଟିରେ ପିଟିହେଲା ବସ୍‌; ୨୦ ଜଣ ଆହତ

ବାରିପଦା: ଏକ ବସ୍ ଭାରସାମ୍ୟ ହରାଇ ଘାଟିରେ ପିଟି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା । ୪୯ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ବସଟି ରାଉରକେଲାରୁ ମୁର୍ସିଦାବାଦ ଯାଉଥିବା ବେଳେ ଏହି ଦୁର୍ଘଟନା ଘଟିଛି । ଘଟଣାସ୍ଥଳରେ ଏହି ବସରେ ଯାତ୍ରା କରୁଥିବା ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି ।

ଆଜି ବାଲିଗୁଡ଼ାରେ ମଧ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଇକିଆ- ମଣ୍ଡକିଆ ରାସ୍ତାର ବୁଢ଼ାମହ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ସ୍କୁଟି ଭାରସାମ୍ୟ ହରାଇ ଖୁଣ୍ଟରେ ପିଟି ହେବା ପରେ ବ୍ରିଜରୁ ୧୦ ଫୁଟ ତଳକୁ ଖସି ପଡଥିଲା । ଘଟଣାସ୍ଥଳରେ ୩ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ରାଇକିଆ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ମେଡିକାଲ ପଠାଇଥିଲା । ତେବେ ମୃତକମାନଙ୍କ ମଧ୍ୟରୁ ଜଣେ ବେରେଡାକିଆ ଏବଂ ଅନ୍ୟ ଦୁଇ ଜଣ ଡଲାବାଲିର ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.