Breaking- ପୋଲ ଦେଇ ଯାଉଥିବା ବେଳେ ନାଳକୁ ଖସିଲା ବସ, ୮ ମୃତ
ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣାର ଯାଞ୍ଚ କରାଯାଉଛି । ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି
ଭଟିଣ୍ଡା- ପଞ୍ଜାବ ଭଟିଣ୍ଡାରେ ଏକ ବସ ପୋଲରୁ ଖସିଛି ଡ୍ରେନକୁ । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣାର ଯାଞ୍ଚ କରାଯାଉଛି । ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।
ସୂଚନା ମୁତାବକ, ଭଟିଣ୍ଡାର କୋଟଶମୀର ରୋଡରେ ବସ ପୋଲ ଦେଇ ଗତିକରୁଥିବା ବେଳେ ନାଳକୁ ଖସି ପଡିଛି । ଦୁର୍ଘଟଣା ପରେ ପରେ ପ୍ରଶାସନ ଓ ପୋଲି ତଥା ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମରେ ଲାଗିଛି ।
ଦୁର୍ଘଟଣାର କାରଣ ଜଣାପଡି ନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।
ବସଟି ତଲବାଣ୍ଡି ସାବୋରୁ ଭଟିଣ୍ଡା ଆଡକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ବସ ନାଳକୁ ଖସିବା ପରେ ପରେ ସ୍ଥାନୀୟ ଲୋକେ ଲୋକଙ୍କ ଉଦ୍ଧାର କାମ ଆରମ୍ଭ କରି ଦେଇଥିଲେ ।
ଏହି ଦୁର୍ଘଟଣା ସଂଧ୍ୟା ପ୍ରାୟ ୫ଟାରେ ଘଟିଥିବା ସୂଚନା ରହିଛି । ଖବର ଲେଖା ହେବା ଯାଏଁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ ।