fbpx

ଘାଟିରେ ଓଲଟିଲା ବସ : ୧୫ଜଣ ଆହତ

ଗଜପତି : ଗତକିଛି ଦିନ ତଳେ ମୋହନ ଘାଟିରେ ଆରବି କୋଚ ବସ ଓଲଟିଥିଲା ବେଳେ ଆଜି ପୁଣି ଏକ ଯାତ୍ରୀବାହୀ ବସ ଦୁର୍ଘଟଣଗ୍ରସ୍ତ ହୋଇଛି । ଗଜପତି ଜିଲ୍ଲା ମୋହନାର ଗୁଲୁବା ବାମୁଣମଲା ଘାଟିରେ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବସ । ବସରେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଯାତ୍ରା କରୁଥିବାବେଳେ ଘଟିଥିଲା ଅଘଟଣ । ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ବିରିକୋଟର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.