fbpx

ଟ୍ରକ୍ ଧକ୍କାରେ ଓଲଟି ପଡ଼ିଲା ବସ୍, ୩ ଯାତ୍ରୀ ମୃତ

Advertisement

ସୋର(ଓଡ଼ିଶା ଭାରସ୍କର): ସୋରର ବିଦୁ ଛକରେ ଟ୍ରକ ଧକ୍କାରେ ଓଲଟିପଡିଛି ବସ୍ । ବସ୍ ଓଲଟି ପଡ଼ିବାରୁ ୩ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହା ସହ ବସରେ ଥିବା ଅନ୍ୟ ଯାତ୍ରୀମାନେ ଗୁରୁତର ଆହତ ହୋଇଛନ୍ତି । କୋଇଲା ବୋଝେଇ ଟ୍ରକ ପଛରୁ ଧକ୍କା ଦେବାରୁ ବସଟି ଓଲଟିପଡିଥିବା ଜଣାପଡିଛି । ଉଦାଳରୁ ଭୁବନେଶ୍ୱର ଆସୁଥିବା ‘ଶନ୍ତିଲତା’ ବସ୍ ଓଲଟିପଡିଛି । ଧକ୍କା ପରେ ଉଭୟ ବସ୍ ଓ ଟ୍ରକଟି ଓଲଟି ପଡିଥିଲା । ସ୍ଥାନୀୟ ଲୋକଙ୍କ ସହାୟତରେ ଉଦ୍ଧାରକାରୀ ଦଳ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି । ଉଦ୍ଧାର ହେଉଥିବା ଲୋକଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଯାଉଛି । ତେବେ ବସରେ କେତେ ଲୋକେ ଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି । ଅନ୍ୟପଟେ ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିବା ଜଣାପଡିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।

Get real time updates directly on you device, subscribe now.