fbpx

ବସ୍ ମାଲିକଙ୍କୁ ୩ ମାସର ଟିକସ ରିହାତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶେଷରେ ବସ୍ ମାଲିକଙ୍କ ଦାବି ମାନି ନେଇଛନ୍ତି ରାଜ୍ୟ ସରକାର । ଦୀର୍ଘଦିନ ଧରି ଟିକସ ଛାଡ ପାଇଁ ବସ ମାଲିକ ମାନେ ଆବେଦନ କରୁଥିବା ବେଳେ ଶୁକ୍ରବାର ଏହାକୁ ମାନି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପରିବହନ ବ୍ୟବସ୍ଥା କରୋନା କାରଣରୁ ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ ଗୁରୁବାର ଠାରୁ ବସ ଚଳାଚଳ ନେଇ ସରକାର ଘୋଷଣା କରିଛନ୍ତି । ରାଜ୍ୟ ମଧ୍ୟରେ ସମସ୍ତ ଜିଲ୍ଳାରେ ବସ ଚଳାଚଳ ଆରମ୍ଭ ହୋଇଥିବା ବେଳେ ପରିବହନ କମିଶନରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି । ଶୁକ୍ରବାର ପରିବନ କମିଶନରଙ୍କ ପକ୍ଷରୁ ତିନି ମାସର ଟିକସ ଛାଡ ନେଇ ଘୋଷଣା କରାଯାଇଛି । ରାଜ୍ୟରେ ଚଳାଚଳ କରୁଥିବା ସମସ୍ତ ବସ୍ ସହିତ ଶିକ୍ଷାନୁଷ୍ଠାନ ଗୁଡିକରେ ଚଳାଚଳ କରୁଥିବା ବସ ଗୁଡିକୁ ଏପ୍ରିଲ, ମେ ଓ ଜୁନ ମାସର ଟିକସ ଛାଡ ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏହା ପୂର୍ବରୁ ୩୦ ଜୁନରେ ଏସଆରସିଙ୍କ ଘୋଷଣାରେ ରାଜ୍ୟ ମଧ୍ୟରେ ଓ ରାଜ୍ୟ ବାହାରକୁ ଯିବା ଉପରେ କଟକଣା ଜାରି କରାଯାଇଥିଲା । ବାଣିଜ୍ୟ ଓ ପରିବହନ ନିଗମର ଧାରା ୧୫(କ) ଏବଂ ଓଡିଶା ମୋଟର ଯାନ ଆଇନ ୧୯୭୫ ଆଧାରରେ ଆଦାୟ ହେବାକୁ ଥିବା ଟିକସ ଛାଡ କରାଯିବ ବୋଲି ଘୋଷଣା କରାଯାଇଛି ।

Get real time updates directly on you device, subscribe now.