fbpx

ସ୍ପେଶାଲ ହୋଲି ଅଫର: ୫୦୦୦ରୁ କମ ଟଙ୍କାରେ ପାଆନ୍ତୁ ୱାଟରପ୍ରୁଫ ସ୍ମାର୍ଟ ରିଷ୍ଟ ୱାଚ

Advertisement

ଆସିଛି ରଙ୍ଗର ପର୍ବ ହୋଲି । ଏଥିପାଇଁ ଅନେକ ଜିନିଷ ଉପରେ ରିହାତି ପର୍ବ ମଧ୍ୟ ଆରମ୍ଭ ହୋଇଯାଇଛି । ବିଶେଷ କରି ଇ-କମର୍ସ ସାଇଟ ଗୁଡିକରେ ବିଭିନ୍ନ ଇଲେକ୍ଟ୍ରୋନିକ ଗ୍ୟାଜେଟ ଉପରେ ଆକର୍ଷଣୀୟ ଅଫର ଦେଇଛି କମ୍ପାନୀ । ଫ୍ଲିପକାର୍ଟ ଏବଂ ଆମାଜୋନ ଇତ୍ୟାଦିରେ ସ୍ପେଶାଲ ଅଫର ଲାଗୁ ହୋଇଛି । ତେବେ ଯଦି ଆପଣ ମଧ୍ୟ ନିଜ ପାଇଁ ସ୍ମାର୍ଟୱାଚ କିମ୍ବା ହେଡଫୋନ କିଣିବା ପାଇଁ ଯୋଜନା କରୁଛନ୍ତି, ତେବେ ଆପଣ ଏହି ଅଫରର ଫାଇଦା ଉଠାଇ ପାରିବେ । ୫୦୦୦ରୁ ବି କମ ଟଙ୍କାରେ ଆପଣ ପାଇ ପାରିବେ ୱାଟରପ୍ରୁଫ ସ୍ମାର୍ଟୱାଚ । ତେବେ ଆସନ୍ତୁ ଜାଣିବା କେଉଁ ସ୍ମାର୍ଟୱାଚରେ ଏହି ଅଫର ଉପଲବ୍ଧ ରହିଛି ।

Boat Storm (Price: Rs. 2,249)

୧.୩ ଇଞ୍ଚର ଫୁଲ ଟଚସ୍କ୍ରିନ କର୍ଭ୍ ଡ ଡିସପ୍ଲେ ଭଳି ଏହି ସ୍ମାର୍ଟୱାଚ ଆପଣଙ୍କୁ ମାତ୍ର ୨,୨୪୯ ଟଙ୍କାରେ ମିଳିପାରିବ । ଏଥିରେ ମେଟାଲ ବଡି ଏବଂ ଏହା ୫ଏଟିଏମ ୱାଟର ରେଜିଷ୍ଟାନ୍ସ ହୋଇଥାଏ । ଏହାକୁ ପାଣିରେ ମଧ୍ୟ ବ୍ୟବହାର କରିପାରିବେ । ହୋଲି ପାଇଁ ଏହି ଅଫର ଉପଲବ୍ଧ ରହିଛି ।

Dizo Watch 2 (कीमत 2,699 रुपये)

ଏହି ସ୍ମାର୍ଟୱାଚରେ ଆପଣ ୧.୬୯ ଇଞ୍ଚର ବ୍ରାଇଟ ଫୁଲ ଟଚ ସ୍କ୍ରିନ, ୫ଏଟିଏମ ୱାଟର ରେଜିଷ୍ଟାନ୍ସ ଭଳି ଫିଚର ପାଇପାରିବେ । ଏହା ସହିତ ୧୦ ଦିନର ବ୍ୟାଟେରୀ ବ୍ୟାକଅପ ଏବଂ ବ୍ଲଡ ଅକ୍ସିଜେନ ଏବଂ ହାର୍ଟ ରେଟ ମନିଟର ମଧ୍ୟ ମିଳିପାରିବ । କେବଳ ସେତିକି ନୁହେଁ, ଏଥିରେ ୧୫ ସ୍ପୋର୍ଟସ ମୋଡ, ଫିଟନେସ ଏବଂ ଆଉଟଡୋର ଆକ୍ଟିଭିଟି ମଧ୍ୟ ପାଇପାରିବେ ଗ୍ରାହକ । ତେବେ ଏହାକୁ କିଣିବା ପାଇଁ ମାତ୍ର ୨,୬୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

Boat Xtend (कीमत 2,999 रुपये)

ଏହି ସ୍ମାର୍ଟୱାଚରେ ୧.୬୯ ଇଞ୍ଚର ବଡ କଲର ଏଲସିଡି ଡିସପ୍ଲେ ସହିତ ରାଉଣ୍ଡ ଡାୟଲ ଫିଚର ଆପଣ ପାଇପାରିବେ । ଷ୍ଟ୍ରେସ ମନିଟର ଭଳି ଫିଚର ଏଥିରେ ଉପଲବ୍ଧ ରହିବ । ଏହା ବ୍ୟତୀତ ଏହି ସ୍ମାଟୱାଚରେ ଆପଣ ପାଇପାରିବେ ହାର୍ଟ ରେଡ ଭାରିଏବିଲିଟି ଭଳି ଅନ୍ୟାନ୍ୟ ଆକର୍ଷଣୀୟ ଫିଚର । ତେବେ ଏହାର ମୂଲ୍ୟ ମାତ୍ର ୨,୯୯୯ ଟଙ୍କା ନିର୍ଦ୍ଧାରିତ ହୋଇଛି ।

Fire-Boltt Talk (कीमत 3,499 रुपये)

ଏହା ହେଉଛି ହୋଲି ଅଫରରେ ଥିବା ସବୁଠୁ ସୁନ୍ଦର ଆଉ ବେଷ୍ଟ ସ୍ମାର୍ଟୱାଚ । ଏହି ୱାଚରେ ଆପଣଙ୍କୁ ବ୍ଲୁଟୁଥ କଲିଙ୍ଗ ସୁବିଧା ମିଳି ପାରିବ । ମାତ୍ର ୩,୪୯୯ ଟଙ୍କାରେ ଏଭଳି ଏକ ସ୍ମାର୍ଟୱାଚ ଗ୍ରାହକଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଛି । ଏହି ୱାଚରେ ବ୍ଲୁଟୁଥ ଜରିଆରେ ଡାଇରେକ୍ଟ କଲ କରାଯାଇପାରିବ । ଏଥିସହିତ ଏହି ୱାଚରେ ଆପଣ ପାଇପାରିବେ ଆକର୍ଷଣୀୟ ୩ଡି ଡିସପ୍ଲେ । ତେବେ ୧.୨୮ ଇଞ୍ଚ ଫୁଲ ସର୍କଲ ୩ଡି ଏଚଡି ଡିସପ୍ଲେ ସମସ୍ତଙ୍କ ମନକୁ ଛୁଇଁଛି । ୧୦ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକଅପ ଭଳି ପିଚର ମଧ୍ୟ ଏହି ସ୍ମାର୍ଟ ୱାଚରେ ଉଲ୍ୱ୍ ରହିଛି । ଏବେ ଆପଣ ନିଜେ ବାଛି ନିଅନ୍ତୁ ଅପାଣଙ୍କ ମନ ପସନ୍ଦର ସ୍ମାର୍ଟୱାଚ ଏବଂ ହୋଲିର ଏହି ସ୍ପେଶାଲ ଅଫରରେ ଖୁବ କମ ଦାମରେ ନେଇ ଆସନ୍ତୁ ମନ ପସନ୍ଦର ଜିନିଷ ।

Get real time updates directly on you device, subscribe now.