ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଜିମେଲ ସମଗ୍ର ବିଶ୍ୱରେ ଏକ ଲୋକପ୍ରିୟ ଇମେଲ ସର୍ଭିସ୍ ଭାବେ ମାନ୍ୟତା ଲାଭ କରିଛି । ତେବେ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମକୁ ବ୍ୟବହାର କରିବାକୁ ହେଲେ ଆପଣଙ୍କ ପାଖରେ ଜିମେଲ ଆକାଉଣ୍ଟ ରହିବା ନିହାତି ଆବଶ୍ୟକ । ଆଜିକାଲି ଠକାମି ବଢ଼ିଥିବା ବେଳେ ଅନେକ ଲୋକଙ୍କର ଜିମେଲ ଆକାଉଣ୍ଟ ହ୍ୟାକ୍ ହୋଇଯାଇଥାଏ । ଏଥିସହ ବେଳେବେଳେ ମଧ୍ୟ ବିଭିନ୍ନ କାରଣରୁ ଆକାଉଣ୍ଟ ଲକ୍ ହୋଇଯାଇଥାଏ । ତେବେ ଆକାଉଣ୍ଟ ଥରେ ଲକ୍ ହୋଇଗଲେ ଆପଣ ଗୁଗଲ ଫଟୋ, ଗୁଗଲ ଡକସ, ଗୁଗଲ ମିଟ ପରି ଅନେକ ସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି । ତେବେ ଏପରି ୯ଟି ତରିକା ଆପଣାଇ ଆପଣ ନିଜର ଆକାଉଣ୍ଟକୁ ସୁରକ୍ଷିତ ରଖିବା ସହ ଡାଟା ପୁନର୍ବାର ଫେରି ପାଇବେ ।
୧- ଏପରି ସମସ୍ୟା ଦେଖାଦେଲେ ଆପଣ ନିଜର ସାଇନ ଇନ୍ କରିବା ପାଇଁ ଜିମେଲ ଆକାଉଣ୍ଟର ପାସୱାର୍ଡ ବ୍ୟବହାର କରିବା ପରିବର୍ତ୍ତେ ନିଜର ଫୋନ୍ ନମ୍ବର ବ୍ୟବହାର କରନ୍ତୁ ।
୨- ଗୁଗଲ ସର୍ବଦା ଆପଣଙ୍କୁ ପାସୱାର୍ଡ/ଓଟିପି ପଠାଇବା ପାଇଁ ଇମେଲ ଆଇଡି କିମ୍ବା ଫୋନ ନମ୍ବର ମାଗିଥାଏ । ତେଣୁ ଆପଣ ବର୍ତ୍ତମାନ ଯାହା ବ୍ୟବହାର କରୁଥିବେ, ତାହାକୁ ଦେବା ଜରୁରୀ ।
୩- ଅନ୍ୟ ଏକ ତରିକା ହେଉଛି ଆପଣ ଆଇଫୋନ କିମ୍ବା ଆଇପ୍ୟାଡରେ ନିଜର ଗୁଗଲ ଆକାଉଣ୍ଟ ବ୍ୟବହାର କରିବା । ଏହି ଡିଭାଇସ୍ ପାସୱାର୍ଡ ମାଗିନଥିବା ବେଳେ କେବଳ ଆପଣ ନିଜକୁ ଭେରିଫାଏ କରିପାରିବେ ।
୪- ସମସ୍ତ ଆଡ୍ରଏଡ ଫୋନ ଗୁଗଲ ଆକାଉଣ୍ଟ ସହ ଲିଙ୍କ ହୋଇଥାଏ । ତେଣୁ ଆପଣ ନିଜର ଆକାଉଣ୍ଟ ଆକ୍ସେସ୍ କରିବା ପାଇଁ ଲିଙ୍କଡ ଫୋନ ନମ୍ବର ଦ୍ୱାରା ଭେରିଫାଏ କରିପାରିବେ । ଏ କ୍ଷେତ୍ରରେ ଗୁଗଲ ଅଥେଣ୍ଟିକେଟର ଆପର ବ୍ୟବହାର କରିହେବ ।
୫- ସାଧାରଣ ଭାବେ ଆପଣ ନିଜର କମ୍ପ୍ୟୁଟର, ଲାପଟପ କିମ୍ବା ପିସିରେ ସାଇନ୍ ଇନ୍ କରିପାରିବେ ।
୬- ଯଦି ରିକଭରି ପାଇଁ ଆପଣଙ୍କ ପାଖରେ ଇନଫରମେସନ ନାହିଁ, ତେବେ ଆପଣ ଗୁଗଲ ଆକାଉଣ୍ଟ ପେଜରେ ଚେକ୍ କରିପାରିବେ । ‘Why we can verify it’s you’ ମାଧ୍ୟମରେ ଆପଣ ଇମେଲ ରିକଭରି କରିପାରିବେ ।
୭- ଇମେଲ ଆକାଉଣ୍ଟ ସିକ୍ରେଟ ପ୍ରଶ୍ନ ସହିତ ଲିଙ୍କ ଥାଏ, ଏହା ଆପଣଙ୍କୁ ରିକଭରି କ୍ଷେତ୍ରରେ ସାହାଯ୍ୟ କରିବ । ତେଣୁ ଆପଣ ଏହି ପ୍ରଶ୍ନକୁ ସ୍କିପ କରନ୍ତୁ ନାହିଁ ।
୮- ଆପଣଙ୍କର ପୂର୍ବବର୍ତ୍ତୀ ପାସୱାର୍ଡ ଦ୍ୱାରା ଗୁଗଲ ଆଇଡେଣ୍ଟିଟି ଭେରିଫାଏ କରିଥାଏ । ତେଣୁ ଆପଣ ପୁରୁଣ ପାସୱାର୍ଡକୁ ରେକର୍ଡ କରି ରଖନ୍ତୁ ।
୯- ଯଦି କୌଣସି ତରିକା କାମ କରେ ନାହିଁ, ତେବେ ଗୁଗଲ ଆପଣଙ୍କୁ କେବେ ଆକାଉଣ୍ଟ କ୍ରିଏଟ କରିଥିଲ ବୋଲି ପ୍ରଶ୍ନ ପଚାରିଥାଏ । ଆପଣଙ୍କ ସଠିକ୍ ଉତ୍ତର ଆପଣଙ୍କୁ ସହାୟତା ପ୍ରଦାନ କରିଥାଏ ।