fbpx

୧୧୦୦ କର୍ମଚାରୀଙ୍କୁ ଛଟେଇ କଲା BYJU’S, Unacademy-Vedantu ରେ ମଧ୍ୟ ସମାନ ସ୍ଥିତି

ନୂଆଦିଲ୍ଲୀ: ଦୁନିଆରେ ଜାରି ରହିଥିବା ମାନ୍ଦାବସ୍ଥାର ସବୁଠୁ ଅଧିକ ପ୍ରଭାବ ପଡ଼ିଛି ଷ୍ଟର୍ଟଅପ୍ କମ୍ପାନୀମାନଙ୍କ ଉପରେ । ଭାରତରେ ଷ୍ଟାର୍ଟଅପ୍ କମ୍ପାନୀ ବିଶେଷ କରି ଅନଲାଇନରେ ଶିକ୍ଷାଦାନ କରୁଥିବା କମ୍ପାନୀମାନେ ଲଗାତାର କର୍ମଚାରୀଙ୍କ ଛଟେଇ କରୁଛନ୍ତି । ମିଳିଥିବା ତାଜା ସୂଚନା ଅନୂଯାୟୀ ଏଡୁଟେକ୍ କମ୍ପାନୀ ବାଇଜୁସ୍ ଏହାର ପ୍ରାୟ ୧୧୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଛି । ଅବଶ୍ୟ କମ୍ପାନୀର କହିବା ଅନୂଯାୟୀ ସେ ହ୍ୱାଇଟହ୍ୟାଟ୍ ଜୁନିୟର ଏବଂ ଟପ୍ପରରୁ ସର୍ବନିମ୍ନ ୫୦୦ ଲୋକଙ୍କ ଛଟେଇ କରିଛି, ସେହିଭଳି ଏହାର ଶିକାର ହୋଇଥିବା କର୍ମଚାରୀ ଦାବି କରିଛନ୍ତି ଯେ କେବଳ ଟପ୍ପରରୁ ହିଁ ୧୧୦୦ ଲୋକଙ୍କୁ ଛଟେଇ ହୋଇଛି ।

ବାଇଜୁସ୍ ଗତ ବର୍ଷ ଜୁଲାଇରେ ୧୫୦ ମିଲିୟନ ଡଲାରରେ ‘ଟପ୍ପର’ର ଅଧିଗ୍ରହଣ କରିଥିଲା । ‘ହ୍ୱାଇଟହ୍ୟାଟ୍ ଜୁନିୟର’ ମଧ୍ୟ ବାଇଜୁସ୍ ର ଏକ ଅଧିକୃତ କମ୍ପାନୀ ।

ଟପ୍ପରରୁ ଛଟେଇ ହୋଇଥିବା ଜଣେ କର୍ମଚାରୀ କହିଛନ୍ତି ଯେ କମ୍ପାନୀ ତରଫରୁ ସେମାନଙ୍କୁ କଲ୍ କରାଯାଇଥିଲା ଏବଂ ନିଜ ଆଡୁ ଇସ୍ତଫା ଦେବା ପାଇଁ କୁହାଯାଇଥିଲା, ଏବଂ ଯଦି ସେମାନେ ଏପରି କରୁନାହାଁନ୍ତି ତେବେ ତାଙ୍କୁ ବିନା କୌଣସି ନୋଟିସରେ ଟର୍ମିନେଟ୍ କରାଯିବ ବୋଲି କୁହାଯାଇଥିଲା । ସେମାନଙ୍କୁ ଏହା ମଧ୍ୟ କୁହାଯାଇଥିଲା ଯେ ଇସ୍ତଫା ଦେଲେ ଗୋଟିଏ ମାସର ଦରମା ଦିଆଯିବ, ସେହିଭଳି ଯଦି ଇସ୍ତଫା ଦେଉନାହାଁନ୍ତି ତେବେ କୌଣସି ଦରମା ଦିଆଯିବନାହିଁ ବୋଲି କୁହାଯାଇଥିଲା । କେବଳ ଟପ୍ପରରୁ ହଁ ପ୍ରାୟ ୧୧୦୦ ଲୋକଙ୍କୁ ବାହାର କରିଦିଆଯାଇଛି ।

ଏନେଇ ଟପ୍ପରର ତରଫରୁ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ହ୍ୱାଇଟହ୍ୟାଟ ଜୁନିୟର ଜୁନିଅରର ଜଣେ ପ୍ରବକ୍ତା କହିଛନ୍ତି ଯେ ଭବିଷ୍ୟତର ଉନ୍ନତି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ଅନଏକାଡେମୀ, ଭେଦାନ୍ତୁ, ଲିଡୋ, ଫ୍ରଣ୍ଟରୋ ଭଳି ଷ୍ଟାର୍ଟଅପ୍ ଏଡୁଟେକ୍ କମ୍ପାନୀ ମଧ୍ୟ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ପ୍ରକୃତରେ ପୂର୍ବ ପରି ଅଫଲାଇନ୍ କ୍ଲାସ ଆରମ୍ଭ ହେବା ପରଠାରୁ ଅନଲାଇନ କ୍ଲାସ ଉପରେ ଏହାର ପ୍ରଭାବ ପଡ଼ିଛି ।

Get real time updates directly on you device, subscribe now.