fbpx

କଣ ଆପଣ ଶୀଘ୍ର ଓଜନ କମାଇବାକୁ ଚାହୁଛନ୍ତି, ତାହେଲେ ପିଅନ୍ତୁ ପତ୍ରକୋବି ସୁପ୍

Advertisement

ଓଡ଼ିଶା ଭାସ୍କର ବ୍ୟୁରୋ: ଯଦି ଆପଣ ଦ୍ରୁତ ଗତିରେ ବଢ଼ୁଥିବା ଓଜନକୁ ନେଇ ଚିନ୍ତାରେ ଅଛନ୍ତି । ତାହେଲେ ଚିନ୍ତାକୁ ଦୂର କରିଦିଅନ୍ତି । କାରଣ ଏକ ଏଭଳି ଟେଷ୍ଟି ତରିକା ରହିଛି ଯାହା ଦ୍ୱାରା ଓଜନ ଖୁବ୍ ଶୀଘ୍ର କମିଯିବ ଏବଂ ଆପଣ ଏକଦମ୍ ସେପ୍ କୁ ଆସିଯିବେ । ତେବେ ଓଜନ କମ୍ କରିବାକୁ ଚାହୁଁଥିଲେ ପତ୍ରକୋବି ସୁପ୍ ହେଉଛି ସବୁଠାରୁ ବେଷ୍ଟ୍ ବିକଳ୍ପ । ଏହି ପତ୍ରକୋବି ସୁପ୍ ଖାଲି ଓଜନ କମାଇବନି ବରଂ ସେଥିରେ ଥିବା ପୋଷକତତ୍ତ୍ୱ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ଅନେକ ଫାଇଦା ଯୋଗାଇବ । ତେଣୁ ଆପଣଙ୍କୁ କେବଳ ସଠିକ୍ ଉପାୟରେ ଏହାକୁ ପ୍ରସ୍ତୁତ କରିବାକୁ ହେବ । ତେବେ ଚାଲନ୍ତୁ କିପରି ତିଆରି କରିବେ ପତ୍ରକୋବି ସୁପ୍ ତାହା ଜାଣିବା….

ପତ୍ରକୋବି ସୁପ୍ କିପରି କରାଯାଏ ତାହା ଜାଣିବା ଆଗରୁ ଚାଲନ୍ତୁ ଜାଣିବା ପତ୍ରକୋବିରେ କେଉଁ କେଉଁ ପୋଷକତତ୍ତ୍ୱ ରହିଥାଏ । ଏଥିରେ ଫସଫରସ୍, ଆଇରନ୍, ଜିଙ୍କ୍, ଭିଟାମିନ୍-କେ ଏବଂ ସି, ଭିଟାମିନ୍-ଇ, ଭିଟାମିନ୍-ବି୬, ପୋଟାସିୟମ୍, କ୍ୟାଲସିୟମ୍, ମ୍ୟାଗନେସିୟମ୍ ଭଳି ତତ୍ତ୍ୱ ମହଜୁଦ୍ ରହିଥାଏ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ମତ ପ୍ରକାଶ କରିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହାର ସେବନ କରିବା ଦ୍ୱାରା ପେଟ ଜଲଦି ଭରି ଯାଇଥାଏ । ବାରମ୍ବାର ଭୋକ ଲାଗିବାର ଆଶଙ୍କା ନଥାଏ । ଯଦ୍ୱାରା ଏହାକୁ ପିଇଲେ ଆପଣ ମାନେ ଡାଇଟିଂ ଭଲ ଭାବେ କରିପାରିବେ ।

ସୁପ୍ ପାଇଁ କଣ କଣ ଆବଶ୍ୟକ

୧. ଗୋଟିଏ ପତ୍ର କୋବି
୨. ଦୁଇଟି ବଡ ପିଆଜ
୩. ଦୁଇରୁ ତିନୋଟି ଲଙ୍କା
୪. ଟମାଟ
୫. ଧନିଆ ପତ୍ର
୬. ଲୁଣ ଓ ଗୋଲ ମରିଚ

କିପରି ପ୍ରସ୍ତୁତ କରିବେ

ଗୋଟିଏ କଡେଇରେ ତେଲ ପକାଇ ଗରମ କରନ୍ତୁ । ତେଲ ଗରମ ହେବା ପରେ କାଟିଥିବା ପିଆଜକୁ ପକାଇ ଭାଜନ୍ତୁ । ଭଲ ଭାବେ ଭାଜି ହେବାପରେ କଟା ହୋଇଥିବା କୋବିକୁ ପକାଇ ସେଥିରେ ଲୁଣ ସ୍ୱାଦ ଅନୁସାରେ ପକାନ୍ତୁ । ଏହାପରେ ସେଥିରେ ଚାରି ରୁ ପାଞ୍ଚ କପ୍ ପାଣି ପକାଇ ଘୋଡଣିରେ ଘୋଡାଇ ଦିଅନ୍ତୁ । ଏହାକୁ ମିଡିୟମ୍ ଫ୍ଲେମ୍ ରେ ରଖି ୧୦ ମିନିଟ୍ ପର୍ଯ୍ୟନ୍ତ ରହିବାକୁ ଛାଡି ଦିଅନ୍ତୁ । ଏହାପରେ ସେଥିରେ ଟମାଟ ଏବଂ ଗୋଲ ମରିଚ ମିଶାନ୍ତୁ । କିଛି ସମୟ ପାଇଁ ଛାଡି ଦିଅନ୍ତୁ । ଏହାପରେ ଏହାକୁ ଛାଣି ଗୋଟିଏ ପାତ୍ରକୁ କାଢ଼ିଦିଅନ୍ତୁ ଏବଂ ସେଥିରେ ଧନିଆ ପତ୍ର ପକାଇ ସେବନ କରନ୍ତୁ ।

Get real time updates directly on you device, subscribe now.