fbpx

କ୍ୟାଫେରେ ମାସ୍କ ପିନ୍ଧିଲେ ଦେବେ ୫ ଡଲାର ଫାଇନ୍, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କାୟା ମେଲାଇଛି କରୋନା ଭାଇରସ । ଏଥିପାଇଁ କେତେ କଡ଼ା ନିୟମ ଓ କଟକଣା ପାଳିବାକୁ ପଡୁଛି । ବିଭିନ୍ନ ଦେଶର ସରକାର ଲାଗୁ କରିଛି ନିୟମ । ତେବେ ଏହି ଭାଇରସଠାରୁ ରକ୍ଷା ପାଇବା ପାଇଁ ମାସ୍କକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ପ୍ରାୟ ସବୁ ଦେଶ । କିନ୍ତୁ ଆମେରିକାର ଏକ କ୍ୟାଫେରେ ଦେଖିବାକୁ ମିଳିଛି ଅଜବ ନିୟମ । କ୍ୟାଫେର ମାଲିକ ଘୋଷଣା କରିଛନ୍ତି ଯେ ତାଙ୍କ କ୍ୟାଫେ ଆସୁଥବା ଗ୍ରାହକ ମାସ୍କ ପିନ୍ଧିଲେ ଅତିରିକ୍ତ ୫ ଡଲାର ଚାର୍ଜ ଦେବାକୁ ପଡ଼ିବ । ତେବେ ଏଭଳି କରିବା ପଛରେ ସେ ଲକଡାଉନ ସମୟରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ଚାହୁଥିବା ପ୍ରକାଶ କରିଛନ୍ତି ।

କ୍ୟାଫେ ମାଲିକଙ୍କ ଅନୁସାରେ ଯେଉଁମାନେ ସମାଜର ମଙ୍ଗଳ ପାଇଁ ମାସ୍କ ପିନ୍ଧୁଛନ୍ତି । ସେମାନଙ୍କୁ ଅତିରିକ୍ତ ୫ ଡଲାର ଦେବାରେ କୌଣସି ଅସୁବିଧା ହେବନାହିଁ । ବରଂ ଏହାଦ୍ୱାରା ସଂଗ୍ରହ ହୋଇଥିବା ଟଙ୍କାକୁ ଦାନ କରାଯିବ । ସେ କହିଛନ୍ତି ସମାଜର ଭଲ ଚହୁଥିବା ଲୋକେ ମାସ୍କ ପିନ୍ଧି ୫ ଡଲାର ଦାନ କରିବା କିଛି ବଡ଼କଥା ନୁହେଁ ।
କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସେଠାରେ ବହୁବାର ଲକଡାଉନ ଳଗାଯାଇଥିଲା । ଏହି କାରଣରୁ କ୍ୟାଫେ ମାଲିକ କ୍ୟାସଲମ୍ୟାନଙ୍କ ବିଜନେସ୍ ଠପ୍ ପଡ଼ିଯାଇଥିଲା । ଏହାପରେ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ବ୍ୟକ୍ତିଗତ ଭାବେ ମଧ୍ୟ ସେ ମାସ୍କ ପିନ୍ଧିବା ସପକ୍ଷରେ ନାହାନ୍ତି । ସେ କହିଛନ୍ତି ଅଧିକାଂଶ ଗ୍ରାହକ ମାସ୍କ ପିନ୍ଧିବାକୁ ଚାହୁନାହାନ୍ତି । ମୁଁ ସେମାନଙ୍କୁ ତାଙ୍କ ପସନ୍ଦ ମୁତାବକ ନିର୍ଣ୍ଣୟ ନେବା ପାଇଁ ସ୍ୱତନ୍ତ୍ରତା ଦେଇଛି । ଏଥିସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ସରକାରଙ୍କ ଏକ ପ୍ରଭାବହୀନ ଉପାୟ ବୋଲି କ୍ୟାସଲମ୍ୟାନ କହିଛନ୍ତି ।

Get real time updates directly on you device, subscribe now.