fbpx

ଆପଣଙ୍କ ଖାଦ୍ୟକୁ ଆକର୍ଷଣୀୟ କରିବାକୁ ବ୍ୟବହୃତ କେମିକାଲରୁ ବଢ଼ିଥାଏ କ୍ୟାନ୍ସରର ବିପଦ: ବ୍ୟାନ୍ କଲା କାଲିଫର୍ଣ୍ଣିଆ

ଅନେକ ରେଷ୍ଟୁରାଣ୍ଟରେ ଖାଦ୍ୟକୁ ଆକର୍ଷଣୀୟ ରଙ୍ଗ ଦେବା ପାଇଁ ବିଭିନ୍ନ ପ୍ରକାରର ରାସାୟନିକ ରଙ୍ଗ ବ୍ୟବହୃତ ହୁଏ । ଏଥିରୁ ପ୍ରସ୍ତୁତ ଖାଦ୍ୟ ସୁନ୍ଦର ଦେଖାଯାଏ କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ । ଆମେରିକାର କାଲିଫର୍ନିଆ ରାଜ୍ୟ ଏହିପରି କିଛି ଫୁଡ୍ କଲର୍ ବିଶେଷ ଭାବରେ ରେଡ୍ ଡାଇ ନମ୍ବର ୩ ବ୍ୟବହାର ଉପରେ ବ୍ୟାନ୍ ଘୋଷଣା କରିଛି । କାଲିଫର୍ଣ୍ଣିଆରେ ଏହି ବିଷୟରେ ଏକ ଆଦେଶ ପାରିତ ହୋଇଛି ଏବଂ ୨୦୨୭ ସୁଦ୍ଧା ଏହି ଫୁଡ କଲର ବ୍ୟବହାର ଏବଂ ବିକ୍ରି ବନ୍ଦ ହୋଇଯିବ । ନିଷିଦ୍ଧ ହୋଇଥିବା ଚାରୋଟି ଫୁଡ କଲର ହେଉଛି – Red dye No. 3, Potassium Bromate, Brominated vegetable oil , Propylparaben ।

ଏହି ଫୁଡ କଲର ଆମେରିକୀୟ ଅଞ୍ଚଳ ତଥା ୟୁରୋପୀୟ ଦେଶମାନଙ୍କରେ ବହୁଳ ଭାବରେ ବ୍ୟବହୃତ ହୁଏ । ଏଗୁଡ଼ିକ ଖାଦ୍ୟର ରଙ୍ଗରେ ଉନ୍ନତି ଆଣେ କିନ୍ତୁ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ । ତାହାର ବ୍ୟବହାର କ୍ୟାନ୍ସର ଭଳି ସାଂଘାତିକ ରୋଗର ଆଶଙ୍କାକୁ ବଢ଼ାଇଥାଏ । ନିକଟରେ ହୋଇଥିବା କିଛି ଅଧ୍ୟୟନରୁ ଜଣାପଡିଛି ଯେ ଏହାର ବ୍ୟବହାର ଦ୍ୱାରା ପିଲାମାନଙ୍କ ଆଚରଣଗତ ସମସ୍ୟା ସୃଷ୍ଟି ହୋଇଥାଏ ।

ନାଲି ରଙ୍ଗର ଫୁଡ କଲର ବିଷୟରେ କହିବାକୁ ଗଲେ ଏହାର ଉଚ୍ଚ ମାତ୍ରା ପଶୁମାନଙ୍କଠାରେ କ୍ୟାନ୍ସର ରୋଗ ହେବାର ଆଶଙ୍କାକୁ ବଢ଼ାଇଥାଏ । ଯଦି ଆମେ ପୋଟାସିୟମ୍ ବ୍ରୋମେଟ୍ ବିଷୟରେ କହିବା, ତେବେ ଏହାର ବ୍ୟବହାର ଦ୍ୱାରା କର୍କଟ ଏବଂ ପ୍ରଜନନ ସମସ୍ୟା ସୃଷ୍ଟି ହୋଇପାରେ । ପ୍ରୋପିଲପାରାବେନ୍ ଶରୀରରେ ଇଷ୍ଟ୍ରୋଜେନ୍ ନାମକ ଯୌନ ହରମୋନର ସନ୍ତୁଳନକୁ ବିଗାଡ଼ି ଥାଏ, ଯାହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.