ରାତି ଅଧରେ ପ୍ରେମିକାକୁ ଭେଟିବାକୁ ଯାଇଥିଲା ପ୍ରେମିକ, ଗାଁ ଲୋକେ କରିଦେଲେ ବିବାହ, କହିଲେ- ବୋହୂ ନେଇକି ଯା..

ଏମିତି ବିବାହ ଦେଖି ନଥିବେ, ପ୍ରେମିକ ଅଧ ରାତିରେ ଯାଇଥିଲା ପ୍ରେମିକ, ଆଉ ତା’ ପରେ

ନୂଆଦିଲ୍ଲୀ: ବିହାରର ଭାଗଲପୁର ଜିଲ୍ଲାରେ ରବିବାର ଦିନ ହୋଇଥିବା ଏକ ବିବାହ ଚର୍ଚ୍ଚାର ବିଷୟ ପାଲଟିଯାଇଛି। କିଛି ମାସ ତଳେ ଜଣେ କ୍ୟାମେରାମ୍ୟାନ ସହ ଜଣେ ଛାତ୍ରୀଙ୍କର ପ୍ରେମ ହୋଇଯାଇଥିଲା।

ଏହାରି ମଧ୍ୟରେ ସେ କିଛି ଦିନ ପୂର୍ବରୁ ପ୍ରେମିକାକୁ ନିଜ ଘରକୁ ନେଇଆସିଥିଲା। ଏହି କଥାର ସୂଚନା ମିଳିବା ମାତ୍ରେ ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ ଦାଖଲ କରି ଯୁବକଙ୍କୁ ବିବାହ କରିବାକୁ ଦାବି କରିଥିଲେ। ଏହି ସମୟରେ ଯୁବକର ପରିବାର ଲୋକେ ବିବାହ କରିବାକୁ ମନା କରିଦେଇଥିଲେ।

ଏହାପରେ ଯେତେବେଳେ ଯୁବକ ସେହି ଝିଅକୁ ଫେଟିବାକୁ ତାଙ୍କ ଗାଁରେ ପହଞ୍ଚିଥିଲେ, ସେହି ସମୟରେ ଗାଁ ଲୋକେ ଧରି ତାଙ୍କ ବିବାହ କରାଇଦେଇଥିଲେ।
ଗାଁ ଲୋକେ ଏମାନଙ୍କୁ ଧରି ହନୁମାନ ମନ୍ଦିରରେ ବିଧି-ବିଧାନ ସହ ବିବାହ କରାଇଦେଇଥିଲେ। ଚାରି ଦିନ ପୂର୍ବରୁ କ୍ୟାମେରାମ୍ୟାନ ନିଜ ପ୍ରେମିକାଙ୍କୁ ଘରୁ ନେଇକି ମଧ୍ୟ ଆସିଥିଲେ।

ଏହାପରେ ଝିଅଟିର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ଯେ, ଏହି ଝିଅ ସେହି ପୁଅକୁ ବିବାହ କରୁ ବୋଲି। ହେଲେ ଏହି ସମୟରେ ପୁଅ ଘର ଲୋକେ ବିବାହ କରିବାକୁ ମନା କରିଦେଇଥିଲେ।

ରବିବାର ବିଳମ୍ବିତ ରାତିରେ କ୍ୟାମେରାମ୍ୟାନ ଗୁରୁଦେବ ନିଜ ପ୍ରେମିକାର ଗାଁକୁ ଯାଇଥିଲେ। ଏହି ସମୟରେ ଗାଁ ଲୋକେ ଏମାନଙ୍କୁ ଧରି ସେମାନଙ୍କ ପରିବାର ଲୋକଙ୍କୁ ଡକାଇଥିଲେ। ଏହାପରେ ଲୋକଙ୍କ ମଧ୍ୟସ୍ଥତାରେ ଦୁହିଁଙ୍କର ବିବାହ ରାତି ୧ଟାରେ ହନୁମାନ ମନ୍ଦିରରେ ହୋଇଥିଲା।