ଆୟୁଷ୍ମାନ କାର୍ଡରେ କର୍କଟ ରୋଗୀଙ୍କର ହୋଇପାରିବ କି ଚିକିତ୍ସା? ଜାଣନ୍ତୁ ଡିଟେଲ୍ସ

କ୍ୟାନ୍ସର ରୋଗୀ ଆୟୁଷ୍ମାନ କାର୍ଡର ଲାଭ ଉଠାଇ ପାରିବେ କି? ଜାଣନ୍ତୁ

ଓଡ଼ିଶା ଭାସ୍କର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଗରିବ ବର୍ଗଙ୍କୁ ମାଗଣାରେ ଚିକିତ୍ସା ଦେବା ଲାଗି ୨୦୧୭ରେ ପ୍ରଧାନମନ୍ତ୍ରୀଜନ ଆରୋଗ୍ୟ ଯୋଜନାକୁ ଆଣିଥିଲେ । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନୁଯାୟୀ, ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ଦିଆଯାଇଥାଏ ।

ଏହି ସ୍କିମ ଅନୁଯାୟୀ ଦେଶର ଗରିବ ଏବଂ ମଧ୍ୟବୀତ ପରିବାରକୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବ । ତେବେ ଆସନ୍ତୁ ଜାଣିବା ଏହି କାର୍ଡ ଦ୍ୱାରା କ୍ୟାନ୍ସର ଚିକିତ୍ସା ହୋଇପାରିବ କି ନାହିଁ ।

ଆୟୁଷ୍ମାନ କାର୍ଡରେ କ୍ୟାନ୍ସରର ଚିକିତ୍ସା: ଅନେକ ଲୋକଙ୍କ ମନରେ ଆୟୁଷ୍ମାନ କାର୍ଡକୁ ନେଇ ବିଭିନ୍ନ ପ୍ରଶ୍ନ ଆସୁଛି । ଲୋକେ ଆୟୁଷ୍ମାନ କାର୍ଡ ସହ କଭର ହେଉଥିବା ରୋଗକୁ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ରହୁଛନ୍ତି । ଅନେକ ଲୋକେ ପ୍ରଶ୍ନ କରୁଛନ୍ତି ଯେ, ଆୟୁଷ୍ମାନ କାର୍ଡରେ କ୍ୟାନ୍ସର ରୋଗର ଚିକିତ୍ସା ହୋଇପାରିବ କି ନାହିଁ ।

ତେବେ ଆୟୁଷ୍ମାନ କାର୍ଡରେ କ୍ୟାନ୍ସରର ଚିକିତ୍ସା ହୋଇପାରିବ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନୁ୍‌ାୟୀ ଆୟୁଷ୍ମାନ କାର୍ଡରେ କ୍ୟାନ୍ସରର ଚିକିତ୍ସା ହୋଇପାରିବ । ଯୋଜନା ଅନୁଯାୟୀ, ହିତାଧିକାରୀ ଗୋଟିଏ ବର୍ଷରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରିପାରିବେ ।